କଳିଙ୍ଗ ଷ୍ଟାଡିୟମ୍ରେ ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ସାମ୍ବାଦିକ
ଏଣିକି ପରିଚୟପତ୍ର ଦେଖାଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ସାମ୍ବାଦିକ । ପୂର୍ବରୁ କେବଳ ବଡ଼ ବଡ଼ ଇଭେଣ୍ଟ ଅଥବା କୌଣସି କାର୍ଯ୍ୟକ୍ରମ ସମୟରେ ହିଁ ସାମ୍ବାଦିକ ମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଥିଲା । ତେବେ ସାମ୍ବାଦିକ ମାନେ ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି ।
କଳିଙ୍ଗ ଷ୍ଟାଡିୟମରେ ମଧ୍ୟରେ କ୍ରୀଡା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ବିଭାଗ ସବୁବେଳେ ପ୍ରସ୍ତୁତ ରହିଛି । ସାମ୍ବାଦିକ ମାନେ ବିଭାଗ ସହ ଯୋଗାଯୋଗ କରିବା ସହିତ ପରିଚୟ ପତ୍ର ମାଧ୍ୟମରେ ୩ନଂ ଗେଟ୍ ମାଧ୍ୟମରେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।
ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମେ ୪ଲୋକସେବା ଭବନକୁ ୪ ବର୍ଷ ପରେ ସାମ୍ବାଦିକ ମାନଙ୍କୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଏବେ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ କରିବା ମଧ୍ୟ ସହଜ ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି ।

ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ମନା ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି । ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଛନ୍ତି । ବିଜେଡି ସରକାରରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ବନ୍ଦ କରାଯାଇଥିବାବେଳେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ତୁରନ୍ତ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯାହାକି ସରକାର ଗଠନ ହେବାର ଗୋଟିଏ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା ।












Click it and Unblock the Notifications