କରୋନାରେ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଦେହାନ୍ତ
କରୋନାର କରାଳ ରୂପରେ ଆଜି ଆଉ ଜଣେ ସାମ୍ବାଦିକଙ୍କୁ ହରାଇଛି ଓଡ଼ିଶା ମାଟି
ଭୁବନେଶ୍ୱର । ଗଣମାଧ୍ୟମ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । କରୋନାର କରାଳ ରୂପରେ ଆଜି ଆଉ ଜଣେ ସାମ୍ବାଦିକଙ୍କୁ ହରାଇଛି ଓଡ଼ିଶା ମାଟି । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବରିଷ୍ଠ ସାମ୍ବାଦିକ ପ୍ରୀତମାନ ମହାପାତ୍ରଙ୍କର ଆଜି ପରଲୋକ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ରହିଥିଲେ । ସ୍ୱର୍ଗତ ମହାପାତ୍ର ଟାଇମ୍ସ ଅଫ ଇଣ୍ଡିଆର ଭୁବନେଶ୍ଵର ଏଡିସନରେ କାର୍ଯ୍ୟରତ ଥିଲେ । ଏଥିସହିତ ସେ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ, ଭୁବନେଶ୍ଵରରେ କାମ କରିଥିଲେ ।

ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ କମ୍ୟୁନିକେସନର ଇଂରାଜୀ ସମ୍ବାଦିକତାର ସେ ଛାତ୍ର ଥିଲେ ।
ସ୍ୱର୍ଗତ ପ୍ରୀତିମାନଙ୍କୁ ମିଶାଇ କରୋନାର ଦ୍ଵିତୀୟ ଲହରରେ ଓଡିଶାରେ 9 ଜଣ ସାମ୍ବାଦିକଙ୍କ ଦେହାନ୍ତ ଘଟିଲାଣି । କିଛି ଦିନ ପୂର୍ବେ ମାନସ ଜୟପୁରିଆ, ସମ୍ବାଦର ସମ୍ବଲପୁର ଡିଜିଏମ ଦେବେନ୍ଦ୍ର ସାମନ୍ତରାୟ, ରାଉରକେଲାର ବରିଷ୍ଠ ସାମ୍ବାଦିକ ଅଦ୍ଵିତୀୟ ପ୍ରସାଦ ବିଶ୍ଵାଳ ଓ ଝାରସୁଗୁଡାର ଅମଜାଦ ବାଦଶାହାଙ୍କ କୋଭିଡରେ ପରଲୋକ ହୋଇଛି ।












Click it and Unblock the Notifications