For Quick Alerts
Turn On Notification  
For Daily Alerts
Oneindia App Download

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

କରୋନା କବଳରେ ପଢି ଯାଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଆଉ ଜଣେ ସାମ୍ବାଦିକ ହେଉଛନ୍ତି ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରୀଆ ।

|

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି କରୋନାର କରାଳ ରୂପ । ଦୈନିକ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ନାଁ ନେଉ ନାହିଁ । ତେବେ କରୋନା କବଳରେ ପଡି ଯାଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଆଉ ଜଣେ ସାମ୍ବାଦିକ ହେଉଛନ୍ତି ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରୀଆ ।

Manas Ranjan Jaipuria

ମାନସ ଓଡିଶା ଗଣମାଧ୍ୟମ ଜଗତର ଜଣେ ଜଣାଶୁଣା ଚେହେରା । ଅନେକ ଘରୋଇ ଟିଭି ଚ୍ୟାନେଲରେ କାମ କରିଛନ୍ତି ମାନସ । ତାଙ୍କର ଅନେକ ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏବେ ସେ ନୂଆଦିଲ୍ଲୀ ସ୍ଥିତ ଜି ମିଡ଼ିଆରେ କାମ କରୁଥିଲେ । ତେବେ ଦିଲ୍ଲୀରେ କାର୍ଯ୍ୟକରୁଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଯାହା ପରେ ସେ ସମ୍ବଲପୁର ଫେରି ଆସି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯେଉଁଠାରେ ତାଙ୍କର ଦେହାନ୍ତ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Journalist Manas Ranjan Jaipuria passed away due to covid 19
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X