ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା: ସ୍ବାମୀ ଶ୍ରୀଧର ଜେନାଙ୍କୁ ବାନ୍ଧିଲା ପୁଲିସ୍

ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଗିରଫ କରିଛି । ତେବେ ଶ୍ରୀଧରଙ୍କ ବିରୋଧରେ ମୃତ ମଧୁମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି ।

ପୁଲିସ୍ ଶ୍ରୀଧରକୁ ଅଟକ ରଖି ପ୍ରଥମେ ପଚରାଉଚରା କରିଥିଲା। ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାର ଧାରା ୮୦-ଯୌତୁକ ନିର୍ଯାତନା , ୧୦୮-ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ୧୦୩-ହତ୍ୟାକାଣ୍ଡ ଓ ୩+୫-ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି ।

ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଶ୍ରୀଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ଭାଇଙ୍କୁ ପଚରାଉଚରା କରୁଛି ।

Journalist Madhumita suicide case

ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବା ମଧୁମିତା ଅଭିଯୋଗ ଆଣିଥିଲେ ।

ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଗତକାଲି ରାତିରେ ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମୃତଦେହ ଜବତ କରାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ଏନେଇ ବହୁ ଥର ଉଭୟ ପକ୍ଷ ଖଣ୍ଡଗିରି ଥାନାକୁ ଯାଇଥିବା ବେଳେ ସେଠାରେ ଆପୋଷ ବୁଝାମଣା ହେଉଥିଲା । ସ୍ତ୍ରୀକୁ ମାଡ଼ ମାରିବେନି, ଅନ୍ୟ ଝିଅ ସହ ସମ୍ପର୍କ ରଖିବେନି ବୋଲି ପୁଲିସ୍ ସମ୍ମୁଖରେ ଲେଖାପଢ଼ା ବି କରିଥିଲେ।

ମାତ୍ର ୨୪ ଘଣ୍ଟା ନ ପୁରୁଣୁ ପୁଣି ଥରେ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିବା ମଧୁମିତା ଜାଣିବାକୁ ପାଇଥିଲେ । ଏପରିକି ଶ୍ରୀଧର ତାଙ୍କୁ ନିର୍ଯାତନା ଦେବା ସହ ଛାଡ଼ପତ୍ର ପେପର ଘରେ ରଖିଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ବେଳେ ରାତିରେ ଇନଷ୍ଟାରେ ଶେଷ ଭିଡିଓ ଛାଡ଼ି ମଧୁମିତା ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଥିଲେ ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଶ୍ରୀଧର ଏୟାରଫୋର୍ସରେ ଚାକିରି କରିଥିବା ବେଳେ ମଧୁମିତା ତାଙ୍କ ଦ୍ୱିତୀୟ ପତ୍ନୀ। ଶ୍ରୀଧର ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କୁ ଛାଡ଼ପତ୍ର ଦେଇ ମଧୁମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ବି ତାଙ୍କର ଗାଁର ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ବେଳେ ବହୁ ଯୁବତୀଙ୍କ ସହ ସେ ଚାଟିଂ କରୁଥିଲେ।

ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ତେଣୁ ଝିଅ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ମାତ୍ର ଶ୍ରୀଧର ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି । ସେ କହିଥିଲେ, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ । ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇଙ୍କୁ ଆଣିବାକୁ ଯାଇଥିଲି। ଭାଇଙ୍କୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁମିତାର ଭିଡିଓ ଦେଖି ଭାଇ ମୋତେ ଏ ସମ୍ପର୍କରେ କହିଥିଲା। ତା'ପରେ ମୁଁ ତାକୁ ଫୋନ୍ କରିଥିଲି। ହେଲେ ସେ ମୋ ଫୋନ୍ ଉଠାଇ ନ ଥିଲା।

ପରେ ମୁଁ ତାକୁ ମେସେଜ କରିଥିବା ବେଳେ ସେ ଉତ୍ତର ଦେଇ ନ ଥିଲା। ଏହାପରେ ମୁଁ ଥାନାକୁ ଯାଇ ପୁଲିସକୁ ଭିଡିଓ ଦେଖାଇବା ସହ ଘଟଣା ସମ୍ପର୍କରେ ଜଣାଇଥିଲି। ପୁଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା। ହେଲେ ସେ ମଧ୍ୟ ଉଠାଇ ନ ଥିଲା। ପରେ ଏହି ଘଟଣା ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+