ପୁରୀ ପୋଲିସର ବର୍ବରତା, ବଡଦାଣ୍ଡରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ
ଦୈନିକ ଖବରକାଜଗ ଧରିତ୍ରୀର ସାମ୍ବାଦିକ ଦତ୍ତାତ୍ରେୟ ନାୟକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ସାମ୍ବାଦିକ ମହଲ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଭୁବନେଶ୍ବର: ଆଜି ସକାଳୁ ପୁରୀ ବଡଦାଣ୍ଡରେ ଘଟିଯାଇଛି ଏକ ଅଭାବନାୟ ଘଟଣା । ଦୈନିକ ଖବରକାଜଗ ଧରିତ୍ରୀର ସାମ୍ବାଦିକ ଦତ୍ତାତ୍ରେୟ ନାୟକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ସୂଚନାନୁସାରେ ସକାଳେ ବଡଶଙ୍ଖରେ ପୋଲିସ ଏବଂ ପରିବା ମାର୍କେଟର ବ୍ୟବସାୟୀଙ୍କ ଭିତରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୋଲିସ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଯେଉଁଥିରେ ଫଳ ଦୋକାନୀ ଦୀପକ କୁମାର ସାହୁ ଗୁରୁତର ଭାବେ ଆହତ ହୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ସମୟରେ ଖବର ସଂଗ୍ରହ କରୁଥିବା ଦୈନିକ ଧରିତ୍ରୀର ସାମ୍ବାଦିକ ଦତ୍ତାତ୍ରେୟ ନାୟକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି ।
ପୋଲିସ୍ ମାଡ଼ ମାରିବା ବେଳେ ସେଠାରେ ବିଭାଗୀୟ ଉଚ୍ଚ ଅଫିସର୍ ମାନେ ମଧ୍ୟ ରହିଥିବା କୁହାଯାଉଛି । ସିଟି ଡିଏସପି ଓ ଆଇଆଇସି ମଧ୍ୟ ନିରବ ଦର୍ଶକ ସାଜିଥିଲେ । କିନ୍ତୁ କେହି କିଛି ଶୁଣିନଥିଲେ । ଏଭଳି ବର୍ବରୋଚିତ ଆକ୍ରମଣରେ ଦତ୍ତାତ୍ରେୟ ମଧ୍ୟ ଆହତ ହୋଇଥିଲେ ଏବଂ ପରେ ସେ ସେଠାରେ ଧାରଣାରେ ବସିଥିଲେ । ଏନେଇ କୁମ୍ଭାରପଡ଼ା ଥାନାରେ ଦତ୍ତାତ୍ରେୟ ଏତଲା ଦେଇଛନ୍ତି ।
ଅନ୍ୟପକ୍ଷରେ ପୁରୀ ଏସପି ଡ. କନୱର ବିଶାଳ ସିଂ ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ କେଉଁ ଭୁଲ୍ ପାଇଁ ପ୍ରାଣାନ୍ତକ ଆକ୍ରମଣ କରି ଭ୍ୟାନ୍ ଭିତରକୁ ଭିଡ଼ି ନିଆଗଲା ସେନେଇ ପ୍ରଶ୍ନ କରୁଛି ସାମ୍ବାଦିକ ମହଲ ।












Click it and Unblock the Notifications