ସାମ୍ବାଦିକଙ୍କୁ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ୍
ବଲାଙ୍ଗୀରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଁ ମଝିରେ ବାନ୍ଧି ମାଡ଼ ମାରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଇଥିଲା। କିଛି ଦିନ ଭିତରେ ସବୁ ଅଭିଯୁକ୍ତ ଗିରଫ ହେଲେ। ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ମଧ୍ୟ ଗିରଫ ହେଲା।

ବଲାଙ୍ଗୀର ଏସ୍ଡିଜେମ୍ କୋର୍ଟରୁ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ସମେତ ଅନ୍ୟ ଅଭିଯୁକ୍ତ କୁଲଥିପାଲି ଗାଁର ଅବିନାଶ ଦଲେଇ, ଗୁମର ନାଏକ ଓ ବଲାଙ୍ଗୀର ବରପାଲିପଡ଼ାର ଆଦିତ୍ୟ ଜେନା ଜାମିନ ପାଇଛନ୍ତି।












Click it and Unblock the Notifications