Get Updates
Get notified of breaking news, exclusive insights, and must-see stories!

SOG ଓ ଓଡିଶା ପୋଲିସର ମିଳିତ ଅପରେସନ: ସିନିୟର କ୍ୟାଡର ମାଓବାଦୀ ନିହତ

ଓଡ଼ିଶା ପୋଲିସକୁ ମିଳିଛି ବଡ଼ ସଫଳତା। SOG ଓ ଓଡିଶା ପୋଲିସର ମିଳିତ ଅପରେସନ ଜରିଆରେ ଜଣେ ସିନିୟର କ୍ୟାଡର ମାଓବାଦୀନିହତ ହୋଇଛି । ଡିଜିପି ଅଭୟ ଦେଇଛନ୍ତି ଏହି ସୂଚନା।

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ମିଳିଛି ବଡ଼ ସଫଳତା। SOG ଓ ଓଡିଶା ପୋଲିସର ମିଳିତ ଅପରେସନ ଜରିଆରେ ଜଣେ ସିନିୟର କ୍ୟାଡର ମାଓବାଦୀନିହତ ହୋଇଛି । ଡିଜିପି ଅଭୟ ଦେଇଛନ୍ତି ଏହି ସୂଚନା।

dgp

ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୋଲିସ୍‌ର ଏକ ମିଳିତ ଟିମ୍‌ ଉପରକୁ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଫଳରେ ପୋଲିସ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳର ଗୋଟିଏ ଏକେ ୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପୋଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଡିଜିପି ଅଭୟ କହିଛନ୍ତି, ମାଓବାଦୀଙ୍କ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି। ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+