ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌

ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Dayanidhi Bagh

ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧିଙ୍କ ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁରର ୮ଟି ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ଏକକାଳୀନ ଚଢ଼ାଉ ହୋଇଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ଦୟାନିଧିଙ୍କ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପାଗଗାଁସ୍ଥିତ ଘର, ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗଡ଼ାସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଆଦି ରହିଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ହେଉଥିବାବେଳେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ୮ଟି ଟିମ୍‌ରେ ୧୦ଜଣ ଡିଏସ୍‌ପି, ୮ ଇନ୍ସପେକ୍ଟର, ୧୦ ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୟାନିଧିଙ୍କ ବହୁ ପ୍ଲଟ୍‌, ଫ୍ଲାଟ ସମେତ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥିଲା। ଦୟାନିଧିଙ୍କ ମୋଟ ୮୪ ଏକର ଜମି ଠାବ ହୋଇଥିବା ବେଳେ ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ଅଧିକ ବୋଲି ସୂଚନା ଦିଆଯାଇଛି।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଦୟାନିଧିଙ୍କ ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଏକ ୩ ବିଏଚ୍‌କେ ଫ୍ଲାଟ(ନଂ.୧-ଡି), ନବରଙ୍ଗପୁର ଟାଉନସ୍ଥିତ ମାଝୀଗୁଡ଼ା ଛକ ନିକଟରେ ୩ହଜାର ବର୍ଗଫୁଟରେ ଏକ ନିର୍ମାଣାଧୀନ ଘର, ନବରଙ୍ଗପୁର ଟାଉନରେ ୧୪୦୦ ବର୍ଗଫୁଟରେ ୫ଟି ଦୋକାନ ଘର ବିଶିଷ୍ଟ ସପିଂ କମ୍ପେକ୍ସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଗୋଟିଏ କୋଠା ଠାବ ହୋଇଥିଲା। ସେହିପରି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ତହସିଲ ଅଧୀନ ବିଜରାଗୁଡ଼ାରେ ୪୦ ଏକର ପରିମିତ ଏକ ଫାର୍ମ ହାଉସ ହୋଇଛି। ଏଥିରେ ଫାର୍ମ ଉପକରଣ ଓ କୃଷି ସାମଗ୍ରୀ ସମେତ ୧କୋଟି ଟଙ୍କାର ନିବେଶ ହୋଇଛି। ସେହିପରି ନବରଙ୍ଗପୁର ତହସିଲ ଅଧୀନ ପଟାକୋଟ ଗ୍ରାମରେ ୬ ଏକର ଜମିରେ ଫାର୍ମ ହାଉସ୍‌ ଠାବ ହୋଇଥିବାବେଳେ ଏଥିରେ ୪୬.୧୨ଲକ୍ଷ ଟଙ୍କାର ଟଙ୍କା ଖର୍ଚ୍ଚ କରାଯାଇଛି। ନବରଙ୍ଗପୁର ଜିଲାରେ ୨୭ ଏକର ଜମି ଓ ଭବାନୀପାଟଣା ଟାଉନରେ ୧୧ ଏକର ଜମି ଠାବ ହୋଇଛି। ଭିଜିଲାନ୍ସ ଟେକ୍‌ନିକାଲ ଉଇଙ୍ଗ କୋଠା, ଫ୍ଲାଟ ଓ ଫାର୍ମହାଉସ ଆଦିର ପ୍ରକୃତ ମୂଲ୍ୟ ଜାଣିବାକୁ ପ୍ରୟାସ କରୁଛି। ଏଥିସହ ଦୟାନିଧିଙ୍କ ଘରୁ ୩୧୨ ଗ୍ରାମର ସୁନା ଅଳଙ୍କାର ମିଳିଥିବା ବେଳେ ସେ ୫୮ ଲକ୍ଷ ୪୧ ହଜାର ୪୨୨ ଟଙ୍କାର ବ୍ୟାଙ୍କ ଜମା ରଖିଥିବା ଜଣାପଡ଼ିଛି। ଦୟାନିଧିଙ୍କ ଘରୁ ଗୋଟିଏ ବେନାମି ଚାରିଚକିଆ ଯାନ (ବ୍ରିଜା) ଓ ଗୋଟିଏ ଦୁଇ ଚକିଆ ଯାନ ଏବଂ ୯ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+