ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର

ଗିରଫ ହେଲେ କୋଟିପତି ଯୁଗ୍ମ କମିଶନର । ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।

PRADIP KUMAR MAHANTY

ଗୁରୁବାର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଚଢାଉ ହୋଇଥିଲା । ଏକାସାଙ୍ଗେ ୯ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ପୈତୃକ ବାସଭବନ, ଅଫିସ ଆଦି ୯ଟି ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ତେବେ ଏହି ଚଢାଉରେ ଭିଜିଲାନ୍ସକୁ ମିଳିଥିଲା ସଫଳତା । ଏକ ଘରୁ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା, ଏହାସହ ଦୁଇ କେଜିରୁ ଅଧିକ ପରିମାଣର ସୁନା ମଧ୍ୟ ମିଳିଥିଲା ।

ତେବେ ଗୁରୁବାର ଭିଜିଲାନ୍ସ ଚଢାଉରେ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଥିବାର ସୂଚନା ମିଳିଛି । ଏସବୁ ମଧ୍ୟରେ ୪ଟି ବହୁତଳ କୋଟା, ୧ କୋଟି ଟଙ୍କାର ଫ୍ଲାଟ୍‌, ୧୧ଟି ପ୍ଲକ, ୧୪ ଏକ ଜମିରେ ଫାର୍ମ ହାଉସ୍‌ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+