ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆସନ୍ତାକାଲି(୧୯ ତାରିଖ)ଠାରୁ ଯୁକ୍ତ୨ କଳା ଓ ବାଣିଜ୍ୟର ଥିଓରୀ ପରୀକ୍ଷା ଆରମ୍ଭ ହେଉଛି। ଅନ୍ୟପକ୍ଷରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା(ଏମ୍‌ଆଇଏଲ) ଓଡ଼ିଆ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ହୋଇଛି। ପ୍ରଥମ ଦିନ ନକଲ (କପି) କରି ଜଣେ ବିଦ୍ୟାର୍ଥୀ ଧରାପଡ଼ିଛନ୍ତି ।

Commerce Exam

ସୂଚନା ଅନୁଯାୟୀ, ଆସନ୍ତା ୧୯ରେ ମୋଟ ୨ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ କଳା ଓ ବାଣିଜ୍ୟ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ରାଜ୍ୟର ମୋଟ ୧୨୭୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଧାର୍ଯ୍ୟ ନିୟମ ମୁତାବକ ସକାଳ ୯ଟା ୩୦ରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବ। ସକାଳ ୯ଟା ୪୫ରେ ପରୀକ୍ଷା ଖାତା ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ। ସକାଳ ୯ଟା ୫୫ରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ପର‌୍ୟ୍ୟନ୍ତ ଚାଲିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+