ଚର୍ଚ୍ଚାରେ ଖୋରାକ ଦେଲେ ସୌମ୍ୟ, କହିଲେ ଅଫର୍ ଆସିଛି ଘଷିପୁରାରୁ ଲଢିବା ପାଇଁ
କଣ କରିବେ ସୌମ୍ୟ । ବିଜେଡିରେ ମିଶିବେ ନା ବିଜେଡିକୁ ଯିବେ ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଗଣମଧ୍ୟାକୁ ବଡ କଥା କହିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଆଜି କିନ୍ତୁ ସେ ନିଜେ ଚର୍ଚ୍ଚାକୁ ଖୋରାକ ଯୋଗାଉଛନ୍ତି । କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ସେ ଏନେଇ ଇଙ୍ଗିତ କରିଛନ୍ତି। ଘଟଗାଁ ମା' ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ସେ ଏନେଇ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଲଢ଼ିବା ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍ବୁଦ୍ଧି ଦେବାକୁ ମା'ଙ୍କ ଦର୍ଶନ କରିବାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଖଣ୍ଡପଡ଼ା ସଂପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ଏଯାଏ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନି। କାହିଁକି ପ୍ରାର୍ଥୀ ଘୋଷଣା କରିନି? କ'ଣ ରହସ୍ୟ ରହିଛି? ସେ ବିଷୟରେ ଜାଣିନି ବୋଲି ସୌମ୍ୟ କହିଛନ୍ତି।












Click it and Unblock the Notifications