କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଚେତାବନୀ, କୋଇଲା ଚୋରି ମାମଲାରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ସୁନ୍ଦରଗଡ଼ରେ କୋଇଲା ଚୋରି ଘଟଣାରେ ଥାନାରେ ପହଞ୍ଚିଲା ମାମଲା । ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମାଇନିଂ ବିଭାଗ । ଜୁନିୟର ମାଇନିଂ ଅଫିସର ମଙ୍ଗଲ ହେମ୍ବ୍ରମ ହେମଗିରି ଥାନାରେ ଦେଇଛନ୍ତି ଏତଲା । ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଚୋରି ଘଟଣାରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଡ଼ା ଚେତାବନୀ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମିଡ଼ିଆ ରିପୋର୍ଟ ଅନୁସାରେ ତଥ୍ୟ ମାଗିବେ । ଏହା ଭିତରେ ଯିଏ ବି ଥାଉନା କାହିଁକି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଉରକେଲା ବିଜେପି ପ୍ରତିଷ୍ଠା ଦିବସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଚାଲିଥିବା ସବୁଠୁ ବଡ଼ ଖଣି ଲୁଟ୍ ଘଟଣା ବିରୋଧରେ ଥାନାରେ ମାମଲା ପହଞ୍ଚିଛି । ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମାଇନିଂ ବିଭାଗ ।
ହେମଗିରି ଥାନା ତେଲେନଡ଼ିହି ରିଜର୍ଭ ଫରେଷ୍ଟ ମଧ୍ୟରେ ଚୋରା କୋଇଲା ଖଣି କରି ବେଆଇନ କୋଇଲା ପରିବହନ କରାଯାଉଥିବା ନେଇ ଲିଖିତ ଅଭିଯୋଗ କରିଛି ଖଣି ବିଭାଗ । ହେମଗିରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications