ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଜୁଏଲ ଓରାମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ସରକାରରେ ଶୁକ୍ରବାର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଜୁଏଲ ଓରାମ ନିଜ ଦାୟିିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟରେ ଶ୍ରୀଗଣେଶଙ୍କୁ ଧୂପ, ଦୀପ ଲଗାଇ ପୂଜାର୍ଚ୍ଚନା ପରେ ତୃତୀୟ ଥର ପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆଦିବାସୀଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ମୋଦି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ୬୩ ବର୍ଷୀୟ ଜୁଏଲ ଓରାମଙ୍କ ଘର ଓଡ଼ିଶାର ସୁନ୍ଦରଗଡରେ। ସେ ୧,୩୮,୮୦୮ ଭୋଟରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲୀପ ତିର୍କୀଙ୍କୁ ପରାସ୍ତ କରି ପଞ୍ଚମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ମୁଁ ତୃତୀୟ ଥର ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ନେଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଏହି ଦାୟିତ୍ୱ ନେଉଛି। ପୁଣି ପ୍ରଧାନମନ୍ତ୍ରୀ ତାଙ୍କୁ କାମ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।












Click it and Unblock the Notifications