ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ମାମଲା ; ସ୍କର୍ପିଓର ଚାଳକକୁ କୋର୍ଟ ଚାଲାଣ କଲା ପୋଲିସ

ସୋମବାର ସନ୍ଧ୍ୟାରେ କଟକ ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୁଲିସ। ଗତକାଲି କ୍ରମାଗତ ଭାବେ ୪ ଥର ଦୁର୍ଘଟଣା ଘଟାଇବା ପରେ ପୁଲିସ ବ୍ୟାରେଜ ଉପରୁ ସ୍କର୍ପିଓ ଗାଡିକୁ ଜବତ କରିବା ସହ ନିଶାସକ୍ତ ଡ୍ରାଇଭରକୁ ଗିରଫ କରିଥିଲା।

series accident

ତେବେ ସମ୍ପୃକ୍ତ ସ୍କର୍ପିଓ ଗାଡିଟିକୁ ତାହାର ମାଲିକ ସର୍ଭିସିଂ ପାଇଁ ସୋରୁମରେ ଦେଇଥିବା ବେଳେ ଏହା ଅପବ୍ୟବହାର ହୋଇଥିବା ଡିସିପି ଅଫିସରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏକ ଧଳା ସ୍କର୍ପିଓ ସୋମବାର ସନ୍ଧ୍ୟାରେ ରିଙ୍ଗ ରୋଡ଼ରୁ ଦୁର୍ଘଟଣା ଆରମ୍ଭ କରିବା ପରେ ଆନିକଟ ବ୍ୟାରେଜ ଉପରେ ସିରିଜ ଦୁର୍ଘଟଣା କରିଥିଲା। ପ୍ରଥମେ ଅଟୋ ଓ ପରେ ଅନ୍ୟ ଗାଡିକୁ ଦୁର୍ଘଟଣା କରିବା ପରେ ବ୍ୟାରେଜ ମଝିରେ ଅଟକି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡିରେ ଥିଲେ ଡ୍ରାଇଭରକୁ ମିଶାଇ ପାଞ୍ଚ ଜଣ ଯୁବକ ଓ ଯୁବତୀ। ଏନେଇ କିଛି ସମୟ ବ୍ୟାରେଜ ଉପରେ ଟ୍ରାଫିକ ଜାମ ହୋଇଥିଲା।

ସ୍କର୍ପିଓ ଚାଳକ ଜଣେ କାର ମେକାନିକ ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ଗାଡି ଚାଳକକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତ ଚାଳକ ରାଜେନ୍ଦ୍ର ପରିଜା ହେଉଛନ୍ତି ଜଣେ କାର ମେକାନିକ। ସେ ନଖରା ସ୍ଥିତ ମହେନ୍ଦ୍ରା ସୋ ରୁମରେ ବିଭିନ୍ନ କାର ସର୍ଭିସିଂ କରନ୍ତି। କିନ୍ତୁ ଗତକାଲି ସେ, ତାଙ୍କ ଦୁଇ ସାଙ୍ଗ ଓ ତାଙ୍କର ଦୁଇ ବାନ୍ଧବୀ ଯୋଜନା କରିବା ପରେ ଅନ୍ୟ ଜଣଙ୍କ ସ୍କର୍ପିଓ ଗାଡି ନମ୍ବର ବଦଳାଇ ଆରମ୍ଭ କରି ଦେଇଥିଲେ କଟକ ଟ୍ରିପ। ପୂଣ୍ୟ ଅର୍ଜନ ପାଇଁ ପ୍ରଥମେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ଫେରିବା ପରେ ବିଡାନାସିରେ ସମସ୍ତେ ମଦ୍ୟପାନ କରିଥିଲେ। ଏମିତିକି ଗାଡିରେ ମଧ୍ୟ ମଦ ରଖିଥିବା ଜଣାପଡିଥିଲା। ଗାଡି ରିଙ୍ଗ ରୋଡ଼ରୁ ଦୁର୍ଘଟଣା କରିବା ଆରମ୍ଭ କରିବା ପରେ ଆନିକଟ ବ୍ୟାରେଜ ଉପରେ କରିଥିଲା ସିରିଜ ଦୁର୍ଘଟଣା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+