Job in ONGC: ୨୨୦୦ ପୋଷ୍ଟରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଯୁବକମାନଙ୍କ ପାଇଁ ଏକ ଖୁସି ଖବର । ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ ଲିମିଟେଡ୍ (ONGC) ରେ ବାହାରିଛି ଚାକିରି । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ONGCର ଅଫିସିଆଲ୍ ୱେବ୍ସାଇଟ୍ ongcindia.com କୁ ଯାଇ ଆବେଦନ କରିପାରିବେ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି । ଏହି ନିଯୁକ୍ତି ONGCରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ ।
ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଏନେଇ ୨୨୦୦ରୁ ଅଧିକ ପଦବୀ ପୂରଣ ହେବ । ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ଫାଇଦା ନେବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ - ୦୫ ଅକ୍ଟୋବର ୨୦୨୪
ଅନ୍ଲାଇନ୍ ଆବେଦନ ଶେଷ - ୨୫ ଅକ୍ଟୋବର ୨୦୨୪
ଖାଲି ପଦବୀ:
ଉତ୍ତର କ୍ଷେତ୍ର - ୧୬୧ଟି ପୋଷ୍ଟ୍
ମୁମ୍ବାଇ କ୍ଷେତ୍ର - ୩୧୦ଟି ପୋଷ୍ଟ୍
ପଶ୍ଚିମ କ୍ଷେତ୍ର - ୫୪୭ଟି ପୋଷ୍ଟ୍
ପୂର୍ବ କ୍ଷେତ୍ର - ୫୮୩ଟି ପୋଷ୍ଟ୍
ଦକ୍ଷିଣ କ୍ଷେତ୍ର - ୩୩୫ଟି ପୋଷ୍ଟ୍
କେନ୍ଦ୍ରୀୟ କ୍ଷେତ୍ର - ୨୪୯ଟି ପୋଷ୍ଟ୍
ମୋଟ୍ - ୨୨୩୭ଟି ପୋଷ୍ଟ୍

ଯୋଗ୍ୟତା:
ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାଶ୍ କରିଥିବେ
ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାସଙ୍ଗିକ ଅନୁଶାସନରେ ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ
ବୟସ ସୀମା:
ସର୍ବନିମ୍ନ ବୟସ - ୧୮ବର୍ଷ
ସର୍ବାଧିକ ବୟସ - ୨୪ବର୍ଷ
ମାସିକ ଦରମା:
ସର୍ବନିମ୍ନ ଦରମା - ୭,୦୦୦ ଟଙ୍କା
ସର୍ବାଧିକ ଦରମା - ୯,୦୦୦ ଟଙ୍କା
ଚୟନ ପ୍ରକ୍ରିୟା:
ମେରିଟ୍ ଲିଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ












Click it and Unblock the Notifications