Job in Odisha: ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ। ସରକାରୀ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଲାବରେଟୋରୀ ଟେକ୍ନିସିଆନ୍ ଓ ଡାଟା ଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ଦିଆଯିବ । ଲାବରେଟୋରୀ ଟେକ୍ନିସିଆନ୍ ପାଇଁ ମାସିକ ବେତନ ୩୦ ହଜାର ଟଙ୍କା ରହିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ମାସିକ ବେତନ ୨୦ ହଜାର ଟଙ୍କା ରଖାଯାଇଛି ।
ଏଥିରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବଲାଙ୍ଗିର ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସନ୍ତା ୨୧ ତାରିଖ ସୁଦ୍ଧା ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଧାର୍ଯ୍ୟ ଠିକଣାରେ ନିଜ ନିଜର ଆପ୍ଲିକେସନ ଫର୍ମ ପଠାଇବାକୁ ଅନୁରୋଧ ।
ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ତାରିଖ ବାବଦରେ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଇ ଦିଆଯିବ । ଯୁକ୍ତଦୁଇ ବିଜ୍ଞାନ ପାସ ସହିତ ବର୍ଷର ଡିଏଲଏମଟି କିମ୍ବା ଏମଏଲଟିରେ ବି.ଏସସି କରିଥିବା ପ୍ରାର୍ଥୀ ଲ୍ୟାବ୍ ଟେକ୍ନିସିଆନ୍ ପଦରେ ଆବେଦନ କରିପାରିବେ । ସେହିପରି ସ୍ନାତକ ସହିତ ପିଜିଡିସିଏ ପାସ କରିଥିବା ପ୍ରାର୍ଥୀ ଡିଇଓ ପଦ ପାଇଁ ଆବେଦନ କରିପାରିବେ ।












Click it and Unblock the Notifications