Job in Odisha: ଓଡିଶା ହାଇକୋର୍ଟରେ ବାହାରିଲା ଚାକିରି, ଏମିତି କରନ୍ତୁ ଆବେଦନ

ହାଇକୋର୍ଟରେ କରନ୍ତୁ ଚାକିରି । ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ହାଇକୋର୍ଟ ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର / ଜୁନିଅର ଗ୍ରେଡ୍ ଟାଇପିଷ୍ଟ (ଗ୍ରୁପ୍ ସି) ପଦବୀ ପୂରଣ ହେବ।

ଆଗ୍ରହୀ ପ୍ରାର୍ଥୀମାନେ ଓଡିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ୱେବସାଇଟକୁ ଯାଇ ଦେଖି ପାରିବେ ।

ଓଡିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଅନ୍‌ଲାଇନ୍ ଆବେଦନ ୦୮ ଡିସେମ୍ବର ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ୨୭ ଡିସେମ୍ବର ୨୦୨୩ରେ ଆବେଦନ ଶେଷ ହେବ । ମାସିକ ଦରମା ୧୯,୯୦୦ରୁ ୬୩,୨୦୦ ଟଙ୍କା ମଧ୍ୟରେ ରହିବ ।

High court

ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ଆବଶ୍ୟକ । PGDCA ପାଠ୍ୟକ୍ରମରେ କମ୍ପ୍ୟୁଟର ନଲେଜ୍ ବି ଆବଶ୍ୟକ ରହିଛି । ସାଧାରଣ ବର୍ଗ / SEBC ଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି । SC / ST / OBC / PhD କୌଣସି ଦେୟ ଦେବେ ନାହିଁ ।

SC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍, + ୨, + ୩ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍, କମ୍ପ୍ୟୁଟର ସାର୍ଟିଫିକେଟ୍, ପରିଚୟ ପତ୍ର, ଜାତିଗତ ପ୍ରମାଣପତ୍ର, ଆଧାର କାର୍ଡ, ଆବାସିକ ପ୍ରମାଣପତ୍ର ଓ ପାସପୋର୍ଟ ଆକାରର ଫଟୋଗ୍ରାଫ୍ ଫର୍ମ ପୂରଣ ପାଇଁ ଆବଶ୍ୟକ ।

ଖାଲି ପଦବୀ:
UR: ୧୫ଟି ପୋଷ୍ଟ୍
SEBC: ୦୪ଟି ପୋଷ୍ଟ୍
SC: ୦୯ଟି ପୋଷ୍ଟ୍
ST: ୦୬ଟି ପୋଷ୍ଟ୍
ମୋଟ ପଦବୀ: ୩୪ଟି ପୋଷ୍ଟ୍

ବୟସ ସୀମା:
ସର୍ବନିମ୍ନ ବୟସ - ୨୧ ବର୍ଷ
ସର୍ବାଧିକ ବୟସ - ୩୨ ବର୍ଷ
ବୟସ କୋହଳ:
OBC - ୦୩ ବର୍ଷ
ST / SC / PWD / ESM - ୦୫ ବର୍ଷ
PWD + SC / ST - ୧୫ ବର୍ଷ

ଏମିତି କରନ୍ତୁ ଆବେଦନ:
ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.inକୁ ଯାଆନ୍ତୁ ।
Quick Link - Recruitment Corner - Examination Portal କୁ ଯାଆନ୍ତୁ । Junior Grade Typist / Data Entry Operator 2023 ଉପରେ କ୍ଲିକ୍ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରି ଫର୍ମ ପୂରଣ କରନ୍ତୁ । ଆଉ ନିଜ ପାଖରେ ଫର୍ମର ହାର୍ଡ କପି ସେଭ୍ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+