ବାଣୀବିହାରରେ ଜେଏନୟୁ ତାତି: ପ୍ରଫେସରଙ୍କ ମନ୍ତ୍ରବ୍ୟକୁ ବିରୋଧ କରି ମାରପିଟ୍ , ସେମିନାର ପାଲଟିଲା ରଣକ୍ଷେତ୍ର
ବାଣୀବିହାର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅସନ୍ତୋଷ । ପିଜି କାଉନସିଲ୍ ହଲରେ ଚାଲିଥିବା ଆଲୋଚନା ଚକ୍ରରେ ଗଣ୍ଡଗୋଳ । ସେମିନାର ଚାଲିଥିବାବେଳେ ଜେଏନୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି କିଛି ଛାତ୍ର ପାଟିତୁଣ୍ଡ କରିଥିଲେ ।

ଭୁବନେଶ୍ୱର: ବାଣୀବିହାର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅସନ୍ତୋଷ । ପିଜି କାଉନସିଲ୍ ହଲରେ ଚାଲିଥିବା ଆଲୋଚନା ଚକ୍ରରେ ଗଣ୍ଡଗୋଳ । ସେମିନାର ଚାଲିଥିବାବେଳେ ଜେଏନୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି କିଛି ଛାତ୍ର ପାଟିତୁଣ୍ଡ କରିଥିଲେ । ଜେଏନୟୁ ପ୍ରଫେସର ଦେଶ ବିରୋଧୀ କଥା କହୁଥିବା ଅଭିଯୋଗ କରି ସେମିନାର ବନ୍ଦ କରିବାକୁ ଦାବି କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ସେମିନାର ଆୟୋଜନ କରିଥିବା ସିଟିଜେନ ଫୋରମର ସଦସ୍ୟ ଓ ଛାତ୍ର ।
ସିଟିଜେନ୍ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା । ଗଣ୍ଡଗୋଳରେ ୨ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ପରସ୍ପର ବିରୋଧରେ ସହିଦନଗର ଥାନାରେ ଏତଲା ଦିଆଯାଇଛି ।
ସେମିନାରରେ ଦ୍ୱିତୀୟ ଅଧିବେଶନରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୂରଜିତ ମଜୁମଦାର ଲେକଚର ଦେଉଥିଲେ । ଲେକଚର ଦେଇ କହିଥିଲେ, ବର୍ତମାନ ଦେଶ ବିପରୀତ ଦିଗରେ ଗତି କରୁଛି । ଯାହାକୁ ବିରୋଧ କରିଥିଲେ ସେମିନାରରେ ଉପସ୍ଥିତ ଥିବା କିଛି ଛାତ୍ର । ପ୍ରଫେସର ସୂରଜିତ ସମ୍ବିଧାନ ଆଲୋଚନା ଚକ୍ର ଆଳରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବା ଛାତ୍ରମାନେ ଅଭିଯୋଗ ଆଣିଛନ୍ତି । ସେପଟେ ଆଜି ସନ୍ଧ୍ୟାରେ ବାଣୀବିହାର କ୍ୟାମ୍ପସ୍ ଗେଟ୍ ଆଗରେ ଶହ ଶହ ଛାତ୍ର ଛାତ୍ରୀ ହାତରେ ତ୍ରିରଙ୍ଗା ଧରି ବିକ୍ଷୋବ ପ୍ରଦର୍ଶନ କରିଛନ୍ତି ।
ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର ସମସ୍ତ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ ହେବ ଓ ଦେଶରେ ଓ ଓଡ଼ିଶା ମାଟିରେ ଏବିଭିପି କୌଣସି ପ୍ରକାରର ଦେଶ ବିରୋଧୀ କାର୍ଯ୍ୟକ୍ରମ ହେବାକୁ ଦେବନାହିଁ । ଏହା ସହ ଏକ ଛୁଟିଦିନରେ କ୍ୟାମ୍ପସ୍ ଭିତରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଭାବରେ ଅନୁମତି ଦେଲେ ତାର ତଦନ୍ତ ଦାବୀ କରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications