ଭିନ୍ନକ୍ଷମଙ୍କ ପାଇଁ ଅନନ୍ୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଝୁମ ଇଣ୍ଡିଆ ସିଜନ-୫ ଆୟୋଜିତ

ଭୁବନେଶ୍ବର: ଭିନ୍ନକ୍ଷମଙ୍କ ପାଇଁ ଆନ୍ତର୍ଜାତୀୟସ୍ତରର ଅନନ୍ୟ ପ୍ରତିଭା କାର୍ଯ୍ୟକ୍ରମ ଝୁମ-ଇଣ୍ଡିଆର ୫ମ ସିଜନ୍ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି। ଚଳିତ ନଭେମ୍ବର ମାସ ୧୩ ତାରିଖରେ ଅନଲାଇନ ମାଧ୍ୟମରେ । ଶାନ୍ତିଧାମ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଆୟୋଜିତ ଏହି ପ୍ରତିଭା ପ୍ରଦର୍ଶନୀରେ ଅନ୍ତର୍ଭୁକ୍ତ ହୋଇଥିଲା ନୃତ୍ୟ, ଗୀତ, ସ୍ପିଡ୍ ପେଣ୍ଟିଂ, ଅଭିନୟ, ମିମିକ୍ରି, ଆଙ୍କରିଙ୍ଗ୍ ଏବଂ ଅନ୍ୟାନ୍ୟ ଅତିରିକ୍ତ ପ୍ରତିଭା।

Jhoom India

ସୂଚନା ଯୋଗ୍ୟ ଯେ, ଶାନ୍ତିଧାମ ଫାଉଣ୍ଡେସନ୍ ହେଉଛି ଏକ ସର୍ବଭାରତୀୟ ସ୍ୱେଚ୍ଛାସେବୀ ସଂଗଠନ ଯାହାକି ସମାଜର ଅବହେଳିତ ବର୍ଗାଙ୍କ ପାଇଁ ବିଗତ ୧୬ ବର୍ଷ ଧରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ କରିଆସୁଛି । ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଏବଂ ଏଥିରେ ବିଭିନ୍ନ ବର୍ଗଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ଦୃଷ୍ଟିରେ ରଖି ଶାନ୍ତିଧାମ ଫାଉଣ୍ଡେସନ୍ ସର୍ବଭାରତୀୟ ସ୍ତରରେ ଅନନ୍ୟ ପ୍ଲାଟଫର୍ମ "JHOOM INDIA TALENTS INTERNATIONAL" କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଭିନ୍ନକ୍ଷମଙ୍କ ପାଇଁ ଅନନ୍ୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଝୁମ ଇଣ୍ଡିଆ ସିଜନ-୫ ଆୟୋଜିତ

ଏହି କାର୍ଯ୍ୟର୍କ୍ରାମ ଓଡିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରାଳୟ ଇଷ୍ଟର୍ନ ଜୋନାଲ କଲଚୁରାଲ ସେଣ୍ଟର ତଥା ନାସନାଲ ସ୍କୁଲ ଅଫ ଡ୍ରାମ ଭଳି ସଂଗଠନର ସହଯୋଗରେ କାର୍ଯ୍ୟ କରୁଛି । ଏହି ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭାବାନ ଭିନ୍ନକ୍ଷମମାନଙ୍କୁ ଏକ ବିରାଟ ପ୍ଲାଟଫର୍ମ ଦେଇଥାଏ, ଯେଉଁଠାରେ ସେମାନେ ସର୍ବଭାରତୀୟ ସ୍ତରରେ ସେମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିପାରିବେ । ଏହା ସେମାନଙ୍କୁ ସ୍ୱୀକୃତି, ନାମ, ଖ୍ୟାତି ପ୍ରଦାନ କରିବା ଦିଗରେ ସହାୟକ ହୋଇପାରିଛି।

jhoom india

ଚଳିତ ବର୍ଷ ବିଭିନ୍ନ ସ୍ଥାନରୁ ୧୨୮୦ ଜଣଙ୍କ ନାମ ପଞ୍ଜିକରଣ ହୋଇଥିଲା । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରିତ ହୋଇଥିଲା। ଝୁମ ଇଣ୍ଡିଆର ବିଭିନ୍ନ ସୋସିଆଲ୍ ମିଡିଆ ଦ୍ୱାରା ସେମାନଙ୍କୁ ପ୍ରୋତ୍ସାହିତ କରଯାଇଥିଲା । ପ୍ରକାଶ ଥାଉକି ଝୁମ ଇଣ୍ଡିଆ ୯୪ ସଂସ୍ଥା ସହିତ ଜଡିତ ।

Read more at: https://www.oneindia.com/india/jhoom-india-announces-an-exclusively-digital-award-ceremony-for-its-5th-edition-3335458.html

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+