୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ତାତି , ୪୬ ଛୁଇଁଲା ଝାରସୁଗୁଡାର ତାପମାତ୍ରା

ଝାରସୁଗୁଡ଼ାରେ ପାରଦ ଉପରମୁହାଁ। ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି ଝାରସୁଗୁଡ଼ା ସହର। ଆଜି ଝାରସୁଗୁଡ଼ାରେ ୪୬. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ୪୬ ଡିଗ୍ରୀ ପାର କରିଛି। ଏପ୍ରିଲ ମାସର ଝାରସୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି । ୨୦୧୦ ଏପ୍ରିଲ ୨୦ରେ ଝାରସୁଗୁଡ଼ା ତାତି ୪୬.୧ ଡିଗ୍ରୀ ରହିଥିଲା। ବଢ଼ୁଥିବା ତାତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ସ୍କୁଳ ଛୁଟି ଘୋଷଣା କରାଯାଇଛି।

Jharsuguda s temperature

ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨୩ ରୁ ୨୫ ପର୍ଯ୍ୟନ୍ତ ଛୁଟି ଜିଲାର ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଏହି ନିଷ୍ପତ୍ତି ଗ୍ରୀଷ୍ମ ପ୍ରକୋପ ଏବଂ ହିଟ୍‌ଷ୍ଟ୍ରୋକ୍‌ ଆଶଙ୍କାକୁ ଦୃଷ୍ଟିରେ ରଖି ନିଆଯାଇଛି। ଜିଲାପାଳ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରି ପାଣି ଅଧିକ ପିଇବା, ଗରମରୁ ସୁରକ୍ଷା ଓ ମଧ୍ୟାହ୍ନ ସମୟରେ ବାହାରକୁ ନ ବାହାରିବା।

ଏହା ସହିତ, ଜିଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଶୀତଳ ପାନୀୟ ଜଳ ବଣ୍ଟନ ଓ ସାମୟିକ ଶୀତଳ ଆଶ୍ରୟ କେନ୍ଦ୍ର ଖୋଲାଯାଇଛି। ଜିଲାପାଳ କହିଛନ୍ତି ଯେ, ପରିସ୍ଥିତି ଉପରେ ନଜର ରଖାଯାଉଛି ଏବଂ ଆବଶ୍ୟକ ହେଲେ ଅଧିକ ପଦକ୍ଷେପ ନିଆଯିବ। ଏହି ଘୋଷଣାକୁ ଅଭିଭାବକ ଓ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+