ଝାରସୁଗୁଡ଼ାରେ ନାବାଳକ ଅପହରଣ, ୭ତାରିଖରୁ ମିଳୁନି ପତ୍ତା
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ନାବାଳକ ଅପହରଣ । ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ସାତ ଦିନ ହେଲା ମିଳିପାରୁ ନାହିଁ ପତ୍ତା । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ କଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପୋଲିସ ।
ସୂଚନାଅନୁସାରେ, ଝାରସୁଗୁଡା ବୁରୋମାଲ ଅଞ୍ଚଳର ଜଣେ ନାବାଳକ ସାତ ଦିନ ହେବା ନିଖୋଜ ଅଛନ୍ତି । ଗତ ୭ ତାରିଖରେ ନାବାଳକଙ୍କ ମାଆ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ନାବାଳକ ଜଣକ ଘରେ ତାଙ୍କ ଭାଇ ସହ ଥିଲେ । ପରେ ନାବାଳକ ଜଣକଙ୍କ ପତ୍ତା ମିଳୁନାହିଁ । ପରିବାର ଲୋକେ ସବୁ ସ୍ଥାନ ଖୋଜା ଖୋଜି କରିବା ପରେ ୯ ତାରିଖରେ ଝାରସୁଗୁଡା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଯାହା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଥାଉ ଯେ, କିଛି ଦନ ପୂର୍ବରୁ ସମର୍ଥ ଅଗ୍ରୱାଲ ନାମକ ଜଣେ ନାବାଳକଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧି । ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଯାଇଥିଲା । ଝାରସୁଗୁଡ଼ାରେ ନାବାଳକ ନିଖୋଜ ହେବାର ଏହା ଦ୍ୱିତୀୟ ଘଟଣା ।












Click it and Unblock the Notifications