ସାମାନ୍ୟ ଅଶ୍ଵସ୍ତି ପରେ ରାଜ୍ୟକୁ ପୁଣି ଫେରିଲା ତାତି, ୪୩.୫ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର
କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଥରେ ତାତି ଫେରିଛି। ରାଜ୍ୟବାସୀ ଆଜି ବର୍ଦ୍ଧିତ ତାପମାତ୍ରା ଅନୁଭବ କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା କଷ୍ଟ ଅନୁଭବ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି।

ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା। ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ଆଜି ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବଢ଼ିଛି ତାପମାତ୍ରା। ଟ୍ବିନ ସିଟିରେ ୩୭ ଡିଗ୍ରୀ ଛୁଇଁଛି ପାରଦ। ଦୁଇ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। ଆସନ୍ତାକାଲି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।












Click it and Unblock the Notifications