ଝାରସୁଗୁଡ଼ା ନାବାଳକ ନିଖୋଜ ଘଟଣା:ବିଳାସପୁରରୁ ହେଲା ଉଦ୍ଧାର
ଝାରସୁଗୁଡା:ଝାରସୁଗୁଡ଼ା ନାବାଳକ ନିଖୋଜ ଘଟଣା । ଆଜି ନାବାଳକ ଜଣକୁ ଛତିଶଗଡ଼ର ବିଳାସପରରୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ନାବାଳକୁ ବିଳାସପୁରରୁ ଝାରସୁଗୁଡ଼ାକୁ ଅଣାଯାଉଥିବା ନେଇ ସୂଚନା ରହିଛି । ଯାହା ପରେ ତାକୁ ନିଜ ପରିବାରକୁ ହସ୍ତାନ୍ତର କରାଯିବ । ଏନେଇ ଝାରସୁଗୁଡ଼ା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ଖବର ଅନୁସାରେ, ନାବାଳକ ଜଣକୁ କେହି ଅପହରଣ କରିନଥିଲେ, ସେ ନିଜ ସ୍ୱଇଚ୍ଛାରେ ଟ୍ରେନ୍ ବସି ଝାରସୁଗୁଡ଼ାରୁ ବିଳାସପୁରକୁ ଚାଲିଯାଇଥିବା ନେଇ ସୂଚନା ରହିଛି । ଝାରସୁଗୁଡା ଅଣାଯିବା ପରେ ତାକୁ ନିଜ ପରିବାରକୁ ହସ୍ତାନ୍ତର କରାଯିବ । ନାବାଳକ ଜଣକ ୭ତାରିଖ ନିଖୋଜ ଥିଲା ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ନିଖୋଜ ନାବାଳକଙ୍କ ମା'ଅସୁସ୍ଥ ହେବାରୁ ତାଙ୍କୁ ୭ ତାରିଖ ଦିନ
ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ନାବାଳକ ଜଣକ ନିଜ ଘରେ ଏକା ଥିଲେ । ପରେ ନାବାଳକ ଜଣକଙ୍କ ପତ୍ତା ମିଳୁନଥିଲା । ପରିବାର ଲୋକେ ସବୁ ସ୍ଥାନ ଖୋଜା ଖୋଜି କରିବା ପରେ ୯ ତାରିଖରେ ଝାରସୁଗୁଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରେ ଆଜି ବିଳାସପୁରରୁ ରେଳ ଷ୍ଟେସନରୁ ନାବାଳକୁ ଉଦ୍ଧାର କରାଯାଇଛି ।












Click it and Unblock the Notifications