ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ
ଭୁବନେଶ୍ୱର: ଶପଥ ନେଲେ ଝାରସୁଗୁଡା ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ଦୀପାଳୀଙ୍କୁ ବିଧାନସଭାରେ ଶପଥ ପାଠ କରାଇଲେ ଉପ ବାଚସ୍ପତି ରଜନୀକାନ୍ତ ସିଂ ।
ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ପରେ ଶପଥ ନେଇଛନ୍ତି ଦୀପାଳି । ଶପଥ ସମୟରେ ତାଙ୍କ ମାଆ ଓ ଭାଇ ମଧ୍ୟ ବିଧାନସଭାରେ ଉପସ୍ଥିତ ରହିଥିଲେ ।

ଗତକାଲି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ଝାରସୁଗୁଡାର ନୂଆ ବିଧାୟିକା । ଝାରସୁଗୁଡାରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ସମୟରେ ନବୀନ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବା ବେଳେ, ଝାରସୁଗୁଡାର ବିକାଶକୁ ଆଗେଇ ନେବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଥାଉ କି, ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ୪୮, ୭୨୧ ଭୋଟରେ ବିଜୟୀ ହୋଇଛନ୍ତି । ଏଥି ସହିତ ସେ ନିଜ ବାପା ନବ ଦାସଙ୍କ ଭୋଟ୍ ବ୍ୟାବଧାନ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଦୀପାଳିଙ୍କୁ ମୋଟ୍ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଥିଲା ।












Click it and Unblock the Notifications