ଝାରସୁଗୁଡ଼ା ଉପନିର୍ବାଚନ:ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ୍
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ଧରିଲାଣି ପ୍ରଚାର । ଗତକାଲି ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ଏବଂ ଆଜି ପାର୍ଥିପତ୍ର ଯାଞ୍ଚ କରାଯିବ । ସେହିପରି ୨୪ ତାରିଖ ପର୍ଯ୍ୟନ୍ତ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମୟ ।
ସେହିପରି ଖବର ଏହା ମଧ୍ୟ ରହିଛି ଯେ,ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି ବିଜେଡିର ମିଶ୍ରଣ ପର୍ବ । କଂଗ୍ରେସ ଓ ବିଜେପିର ହାତ ଛାଡି ଶତାଧିକ ପୁରୁଷ ଏବଂ ମହିଳା କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟପଟେ ଗତକାଲି ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକ ମଧ୍ୟ ପ୍ରକାଶ ପାଇଛି ।

ଷ୍ଟାର ପ୍ରଚାରକ ତାଲିକାରେ ଉଭୟ ବରିଷ୍ଠ ଏବଂ ଯୁବ ନେତାଙ୍କ ନାଁ ସାମିଲ ଅଛି । ଏକ ନମ୍ବରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ଏହି ତାଲିକାରେ ୬ ଜଣ ମନ୍ତ୍ରୀ ଏବଂ ୫ ଜଣ ମହିଳା ନେତ୍ରୀଙ୍କ ନାମ ସାମିଲ ଅଛି ।
ସୂଚନାଥାଉ ଯେ, ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ମେ' ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।












Click it and Unblock the Notifications