ଝାରସୁଗୁଡା ଉପନିର୍ବାଚନ: ଦୀପାଳିଙ୍କ ଦମଦାର ବିଜୟ
ଝାରସୁଗୁଡ଼ା: ଦମ ଦେଖାଇଲେ ଝାରସୁଗୁଡ଼ା ଝିଅ । ବିଜେଡ଼ି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଦମଦାର ବିଜୟ । ୪୮ ହଜାରୁ ଅଧିକ ଭୋଟରେ ବିପକ୍ଷ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ କଲେ ପରାସ୍ତ ।
ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପାଇଁ ଆଜି ହୋଇଥିବା ଭୋଟ ଗଣତିର ପ୍ରତି ରାଉଣ୍ଡରେ ଆଗରେ ଥିଲେ ବିଜେଡି ପ୍ରାର୍ଥୀନି । ପ୍ରଥମରୁ ଶେଷ ରାଉଣ୍ଡ ଯାଏ ବଢି ବଢି ଚାଲିଥିଲା ଦୀପାଳିଙ୍କ ଭୋଟ୍ ବ୍ୟବଧାନ । ଦୀପାଳି ଦାସ ୪୮ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ଲକ୍ଷ ୭ହଜାର ୩ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୪ହଜାର ୪୭୩ ଭୋଟ୍ ମିଳିଛି ।

ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ୪୮,୬୧୯ ଭୋଟ୍ ମିଳିଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି । ତେବେ ନିର୍ବାଚନ ଜିତିବା ପରେ ଖୁସିରେ ବିଭୋର ହୋଇଯାଇଛନ୍ତି ଦୀପାଳି ।

ସୂଚନାଥାଉ କି, ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହୋଇଛି । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଥିଲା । ଭୋଟେ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିଥିଲେ ।












Click it and Unblock the Notifications