ଝାରସୁଗୁଡା ଉପନିର୍ବାଚନ: ସରିଲା ପ୍ରଚାର, ଶେଷ ଦିନରେ ବଳ କଷିଲେ ନେତା, ଦିନକ ପରେ ଭୋଟ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ଶେଷ ହୋଇଛି ପ୍ରଚାର । ଶେଷ ଦିନରେ ବଳ କଷାକଷି ହୋଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି, ବିଜେଡି ଓ କଂଗ୍ରେସର ହେଭିୱେଟ ନେତା ତଥା ପ୍ରାର୍ଥୀ ପ୍ରଚାରରେ ଅନ୍ତିମ ସ୍ପର୍ଶ ଦେଇଛନ୍ତି ।

ଅନ୍ତିମ ଦିନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସହିତ କଂଗ୍ରେସର ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି । ନେତାଙ୍କ ସହିତ ସେମାନଙ୍କର ସହଯୋଗୀ ଓ ତୃଣମୂଳସ୍ତରୀୟ କର୍ମୀମାନେମାନେ ମଧ୍ୟ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ପ୍ରଚାର କରିଛନ୍ତି । ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ସବୁ ପ୍ରକାର ଉଦ୍ୟମ କରିଛନ୍ତି ।

Jharsuguda Bypoll

ସେପଟେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୧୦ ତାରିଖ (ବୁଧବାର) ଦିନ ଭୋଟ୍ ଗ୍ରହଣ କରାଯିବ । ଏଠାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଜାରି ରହିବ। ମତଦାନ ପାଇଁ ଝାରସୁଗୁଡାରେ ପହଞ୍ଚିଛି ଇଭିଏମ ମେସିନ୍ । ଇଭିଏମ୍ ମେସିନ୍ ଗୁଡିକୁ କଡା ସୁରକ୍ଷା ବଳୟ ଭିତରେ ବିଭିନ୍ନ ବୁଥକୁ ପଠାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡାରେ ମୋଟ ୨୫୩ ବୁଥରେ ମତଦାନ ହେବାର ଅଛି । ସେଥିରୁ ୨୬ଟି ପିଙ୍କ ବୁଥ ରହିଛି । ଯେଉଁଠି କେବଳ ମହିଳାମାନେ ଭୋଟ ଦେଇପାରିବେ । ବୁଥଗୁଡିକରେ ମୋଟ ୧୧୯୪ ଜଣ କର୍ମଚାରୀ ନିଯକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୧୨ ରେଗୁଲାର କର୍ମଚାରୀ, ୧୦୮ ରିଜର୍ଭ କର୍ମଚାରୀ, ୭୪ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଦିବ୍ୟାଙ୍ଗମାନଙ୍କ ପାଇଁ ସତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତେବେ ଖରାକୁ ଦୃଷ୍ଟିରେ ରଖି ବୁଥ ଗୁଡିକରେ ପାଣି ଏବଂ ଥଣ୍ଡା ପାନୀୟ ଜଳ, ଲସିର ବ୍ୟବସ୍ଥା କରଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭ କମ୍ପାନୀ ସିଏପିଏଫ, ୧୯ ଓଡ଼ିଶା ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ' ୧୦ ତାରିଖ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବ। ମୋଟ୍ ୨୫୩ଟି ବୁଥ୍ରେ ୨ ଲକ୍ଷ ୨୧ ହଜାର ୭୩ ଜଣ ମତଦାତା ଭୋଟ୍ ଦେବେ। ଏଥିରେ ୧ ଲକ୍ଷ ୧୦ ହଜାର ୩୨୩ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ମତଦାତା ସାମିଲ ଅଛନ୍ତି । ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+