Get Updates
Get notified of breaking news, exclusive insights, and must-see stories!

ଝାରସୁଗୁଡା ରେଜଲ୍ଟ: ଆରମ୍ଭ ହେଲା ଭୋଟ୍ ଗଣତି

Jharsuguda By Election Result: ଝାରସୁଗୁଡ଼ା ସ୍ଥିତ ଇଂଜିନିୟରିଙ୍ଗ କଲେଜରେ ଆରମ୍ଭ ହୋଇଛି ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା ।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ଏହାପରେ ସକାଳ ୮ଟା ୩୦ରୁ ଇଭିଏମ୍ ଗଣନ ଆରମ୍ଭ ହେବ । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ବ୍ୟବସ୍ଥା ହୋଇଛି । ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ସଂଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବା ନେଇ କହିଛନ୍ତି ସିଇଓ । ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିଛନ୍ତି ।

Jharsuguda By Election Result

ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ରହିବେ। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ମାଇକ୍ରୋ ଅବଜରଭର ରହିଛନ୍ତି । ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ରହିବେ। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ । ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱବସାଇଟରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ ।
ଏପଟେ ଗଣତି ପୂର୍ବରୁ ପରିଣାମକୁ ନେଇ ବଢ଼ିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା ।

ଉଲ୍ଲେଖଥାଉ କି, ଝାରସୁଗୁଡା ନିର୍ବାଚନ ମୈଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି । ତେଣୁ ବିଜୟ ନେଇ ତିନି ଦଳ ଆଶାବାଦୀ ।

ସୂଚନଥାଉ କି, ଗତ ବୁଧବାର ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ସକାଳ ୭ ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା । ମୋଟ ୨୫୩ଟି ବୁଥ୍ ମଧ୍ୟରୁ ୫ଟି ବୁଥରେ ମତଦାନ ସନ୍ଧ୍ୟା ୭ଟା ପରେ ମଧ୍ୟ ଜାରି ରହିଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଭୋଟ ସଂଖ୍ୟା ଅଧିକ ରହିଥିଲା । ମହିଳାଙ୍କ ଭୋଟ ସଂଖ୍ୟା ୭୭,୦୨୦ ଥିବା ବେଳେ ପୁରୁଷଙ୍କ ଭୋଟ ସଂଖ୍ୟା ୭୪,୦୦୮ । ମୋଟ ୧ ଲକ୍ଷ ୫୦ ହଜାର ୦୩୫ ଭୋଟ ଗ୍ରହଣ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+