ଝାରସୁଗୁଡ଼ା ଉପନିର୍ବାଚନ:୧୮ରେ ବିଜେଡି, ୧୫ରେ କଂଗ୍ରେସ ପ୍ରାର୍ଥୀ ଭରିବେ ନାମାଙ୍କନ

ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା କାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଉପନିର୍ବାଚନ ପାଇଁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଥିବା ବେଳେ ବିଜେପି ପକ୍ଷରୁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ ।

ସୂଚନା ଅନୁସାରେ, ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଏ ନେଇ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ସୁରେଶ ରାଉତରାୟ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଖୁବ ଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Jharsuguda_ By Election

ସୂଚନାଥାଉ କି, ଆସନ୍ତା ମେ' ୧୦ ତାରିଖରେ ହେବ ଝାରସୁଗୁଡା ଉପନିର୍ବାଚନ । ମେ' ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ଉପନିର୍ବାଚନ ପାଇଁ ବିଜେଡି ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ରେକର୍ଡ ହାରରେ ଜିତିବ ବୋଲି ଦଳ ଆଶା ରଖିଛି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ବିଜେଡିର ପ୍ରଚାର ଆରମ୍ଭ ହୋଇଗାଲାଣି । ଦୀପାଳିଙ୍କୁ ସମର୍ଥନ ପାଇଁ ମୈଇଦାନକୁ ଉଲ୍ଲାଇଛନ୍ତି ବିଜେଡି ହେଭିୱେଟ୍ ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+