ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ୧୩ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ସେହିପରି ସାମାନ୍ୟ ଆହତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ଜେଏସଡବ୍ଲୁ କମ୍ପାନୀରୁ ଶ୍ରମିକ ନେଇ ଝାରସୁଗୁଡ଼ା ଯାଉଥିଲା ବସ୍ । ଗତକାଲି ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ବସକୁ ହାଇୱା ପିଟିବା ଦ୍ୱାରା ଦୁର୍ଘଟଣା ହୋଇଥିଲା ।

ODISHA ACCIDENT

ସୂଚନାଅନୁସାରେ, ଗତକାଲି ସନ୍ଧ୍ୟାରେ JSW କାରଖାନାରୁ ଶ୍ରମିକ ନେଇ ଯାଉଥିବା ବସ ସହ ଧକ୍କା ହୋଇଥିଲା ହାଇୱା । ବସରେ ପ୍ରାୟ ୫୨ରୁ ଅଧିକ କର୍ମଚାରୀ ଥିବା ନେଇ ସୂଚନା ରହିଛି । ସରବାହାଲ ନିକଟରେ ଏକ କୋଇଲା ବୋଝେଇ ହୋଇଥିବା ହାଇୱା ପ୍ରଥମେ ଦୁଇଟି ଗାଈଙ୍କୁ ଧକ୍କା ଦେଇ ଡିଭାଇଡର କ୍ରସ୍ କରି ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ଏକ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ପ୍ରଥମ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+