ଝାରପଡ଼ା ଜେଲ ଭିତରେ ତୁମୁଳ କାଣ୍ଡ: ଜେଲ ୱାର୍ଡନଙ୍କୁ ମାଡ଼ ମାରି ଗୁରୁତର କଲେ କଏଦୀ
ଭୁବନେଶ୍ବର: ଝାରପଡ଼ା ଜେଲ ଭିତରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ତୁମୁଳ କାଣ୍ଡ ଘଟିଛି । କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପାଇଁ ଜେଲରେ ସାଇରନ୍ ବାଜିଥିବା ଜଣାପଡିଛି। ଦୁର୍ଦ୍ଦାନ୍ତ କଏଦୀ ନାରଣ ଓ କିଶନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି ।
ଜେଲ ୱାର୍ଡନ୍ ଅଟକାଇବାକୁ ଯିବାରୁ ତାଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି କଏଦୀ । ତେଣେ ଜେଲ୍ ଭିତରେ ଜେଲ୍ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାଯାଇଛି। ଏମାନେ ବ୍ଲେଡ୍ରେ ଜେଲରଙ୍କ ହାତ କାଟିଦେଥିବା ଜଣାଯାଇଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଭଳି କାଣ୍ଡର ଅସଲି କାରଣ ଏଯାଏ ଜଣାଯାଇନାହିଁ।













Click it and Unblock the Notifications