ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
Jharkhand Chief Minister Hemant Soren may resign: ନୂଆ ବର୍ଷର ଆରମ୍ଭରୁ ଝାଡଖଣ୍ଡର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ସମନ ଜାରି କରିଛି ହେଲେ ସେ ହଜାର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଥିବା କୁହାଯାଉଛି । ସେହିପରି ଦଳରେ କନ୍ଦଳ ବଢୁଥିବାର ମଧ୍ୟ କୁହାଯାଉଛି ।
ସିଏମ୍ ସୋରେନ୍ ଡିସେମ୍ବର 31, 2023ର ସପ୍ତମ ତଥା ଶେଷ ସମନ ସମୟସୀମା ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହାଁନ୍ତି, ତେଣୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାର ଚର୍ଚ୍ଚା ହେଉଛି। ସେହିପରି ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଦାବି କରାଯାଉଛି, ଯେଉଁଥି ପାଇଁ ବିନା କାରଣରେ ସର୍ଫରାଜ ଇସ୍ତଫା ଦେଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହାରି ମଧ୍ୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପୋଷ୍ଟରେ ସେ ଲେଖିଛନ୍ତି, ଯେତେବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ, ତାଙ୍କ ସ୍ତ୍ରୀ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏହି ନୂଆ ବର୍ଷ ସୋରେନ ପରିବାର ପାଇଁ ଦୁଃଖଦାୟକ ।












Click it and Unblock the Notifications