ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଝାଡଖଣ୍ଡ ନିର୍ବାଚନରେ କେଉଁ ଭୂମିକା ନେବେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ?
ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏହି ସମୟରେ ସମସ୍ତ ଦଳର ଫକୋସ୍ ଏବେ ଝାଡଖଣ୍ଡ ଉପରେ । ଝାଡ଼ଖଣ୍ଡ ହାତେଇବା ପାଇଁ ବିଜେପି ବଡ଼ ରଣନୀତି ପ୍ରସ୍ତୁତ କରୁଛି । ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡିଶା ଆସି ରାଜ୍ୟପାଳଙ୍କୁ ଭେଟିଥିଲେ । ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀଙ୍କ ସହ ପୃଥକ ବୈଠକରେ ରଘୁବର ଦାସ ଝାଡଖଣ୍ଡ ରାଜନୀତିକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କଠାରୁ ସେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅନ୍ୟପଟେ ଓଡ଼ିଶା ବିଜେପିର କିଛି ଆଦିବାସୀ ନେତାଙ୍କୁ ନେଇ ଝାଡ଼ଖଣ୍ଡରେ ପ୍ରଚାର କରିବାକୁ ଯୋଜନା କରାଯାଇଛି। ସେ ଭିତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଝାଡ଼ଖଣ୍ଡ ନିର୍ବାଚନରେ ରାଜ୍ୟପାଳ ରଘୁବର ଦାସଙ୍କ ଭୂମିକା କଣ ରହିବ, ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା।

କିଛି ଦିନ ତଳେ ଜେଏମଏମର ଟପ୍ ଲିଡର ଚମ୍ପାଇ ସୋରେନ, ବିଜେପିରେ ମିଶିବା ପରେ ଆଦିବାସୀ ଭୋଟ୍ ହାତେଇବାକୁ ଚମ୍ପାଇଙ୍କୁ ବଡ଼ ଦାୟିତ୍ବ ଦେଇଛି ଦଳ । ତେଣୁ ଓବିସି ଭୋଟ୍ ନିଜ ସପକ୍ଷରେ କରିବା ପାଇଁ ବିଜେପି ଲାଗି ପଡ଼ିଛି । ତେବେ ରଘୁବରଙ୍କ ଝାଡଖଣ୍ଡ ନିର୍ବାଚନରେ କଣ ଭୂମିକା ରହିବ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ରାଜନୀତି ସମୀକ୍ଷକ କହିଛନ୍ତି, ଝାଡ଼ଖଣ୍ଡରେ ଯେହେତୁ ଅଣ ଆଦିବାସୀ ତଥା ଓବିସି ବର୍ଗର ଭୋଟର ଅଧିକ ରହିଛନ୍ତି, ତାକୁ ନଜରରେ ରଖି ବିଜେପି କେନ୍ଦ୍ରୀୟ ନେତୃତ୍ବ କିଛି ରଣନୀତି କରୁଥାଇ ପାରନ୍ତି ।
ବିଭିନ୍ନ ସର୍ଭେ ଏବଂ ବିଜେପିର ଦଳର କର୍ମକର୍ତ୍ତାମାନେ ରଘୁବର ଦାସଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ବଶର୍ମାଙ୍କ ସହ ରଘୁବର ଦାସଙ୍କ ଦୀର୍ଘ ସମୟର ବୈଠକ କରିବା ଏକ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ଅନ୍ୟପଟେ ଓଡ଼ିଶା ବିଜେପିର କିଛି ତୁଙ୍ଗ ନେତା ଝାଡ଼ଖଣ୍ଡ ଯାଇ ପ୍ରଚାର କରିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ରଘୁବର ଦାସ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଜେପିର ଜଣେ ଟାଣୁଆ ନେତା। ତାଙ୍କୁ ଝାଡ଼ଝଣ୍ଡର ଓବିସି ଚେହେରା ବୋଲି କୁହାଯାଏ।












Click it and Unblock the Notifications