JEE Main 2021 : ଓଡ଼ିଆ ଭାଷାରେ ହେବ ଜେଇଇ ପରୀକ୍ଷା

ଆସନ୍ତା ବର୍ଷ ହେବାକୁ ଥିବା ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ ହେବ ।

ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ ହେବ । ପ୍ରଥମଥର ପାଇଁ ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ଜେଇଇ ପରୀକ୍ଷା ଓଡ଼ିଆରେ ହେବ । ଏସମ୍ପର୍କରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛନ୍ତି । ଛାତ୍ର ଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ ଡିଜି ଏନଟିଏ ସହମତି ପ୍ରକାଶ କରିଛନ୍ତି । ଫଳରେ ଜେଇଇର ପ୍ରଶ୍ନପତ୍ର ଓଡ଼ିଆ ଭାଷାରେ ଉପଲବ୍ଧ ହେବ ।

ଜେଇଇ ମେନ୍
ଏଠାରେ ସୂଚନାଥାଉକି, ଫେବୃଆରୀ 23 ରୁ 26 ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ଯାୟ ଜେଇଇ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ପରୀକ୍ଷା 13ଟି ଭାଷାରେ ଅନୁଷ୍ଠିତ ହେବ । ଏହି ଭାଷା ଗୁଡିକ ମଧ୍ୟରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ, ପଞ୍ଜାବୀ, ତାମିଲ, ତେଲଗୁ ଏବଂ ଉର୍ଦ୍ଧ୍ବୁ ଭାଷା ରହିଛି ।

ଏବେ ଓଡ଼ିଆ ଭାଷା ମଧ୍ୟ ଏଥିରେ ଯୋଡ଼ି ହୋଇଛି । ଫଳରେ ଜେଇଇ ପରୀକ୍ଷା 14ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ । ଫେବୃଆରୀ ପରେ ମାର୍ଚ୍ଚ, ଅପ୍ରେଲ ଓ ମେ ମାସରେ ପର୍ଯ୍ୟାୟ କ୍ରମେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଶ୍ନପତ୍ରରେ 90ଟି ପ୍ରଶ୍ନ ରହିବ, ଯେଉଁଥିରେ କେବଳ 75ଟି ପ୍ରଶ୍ନର ସମାଧାନ କରିବାକୁ ପଡିବ । 15ଟି ବିକଳ୍ପ ପ୍ରଶ୍ନର କୌଣସି ନକରାତ୍ମକ ମାର୍କିଂ ରହିବ ନାହିଁ । ସମସ୍ତ ଚାରୋଟି ପରୀକ୍ଷାରେ ସର୍ବୋତ୍ତମ ମାର୍କ ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+