ଗିରଫ ହେଲେ ଜେଡିଏସ ନେତା ପ୍ରଜ୍ୱଳ ରେବନ୍ନା
ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହୋଇଥିବା ନିଲମ୍ବିତ ଜେଡିଏସ ନେତା ପ୍ରଜ୍ୱଳ ରେବନ୍ନାଙ୍କୁ ଶେଷରେ ଏସଆଇଟି ଗିରଫ କରିଛି । ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି।

ନିଲମ୍ବିତ ଜେଡିଏସ୍ ଏମ୍ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ଏହାର ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ହାସନରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପୂର୍ବରୁ ରେବନ୍ନାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ସେ ଜର୍ମାନୀ ପଳାଇଥିଲେ।
କର୍ନାଟକ ପୋଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ପ୍ରଜ୍ୱଳ ଭାରତରେ ପହଞ୍ଚିବା ବିଷୟରେ ଇଣ୍ଟରପୋଲରୁ ସୂଚନା ପାଇଥିଲା। ଏହା ପରେ ଏସ୍ଆଇଟି, ବେଙ୍ଗାଲୁରୁ ପୋଲିସ ଏବଂ ଇମିଗ୍ରେସନ ଅଧିକାରୀ ଶୁକ୍ରବାର ବିମାନବନ୍ଦରରେ ପହଞ୍ଚି ରେବନ୍ନା ଓହ୍ଲାଇବା ମାତ୍ରେ ଗିରଫ କରିଥିଲେ। ଏସ୍ଆଇଟି ବର୍ତ୍ତମାନ ଭାଇରାଲ ଭିଡିଓ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବ। କିଛି ଦିନ ପୂର୍ବରୁ ପ୍ରଜ୍ୱଳ ଏକ ଭିଡିଓ ଜାରି କରି ଭାରତକୁ ଫେରିବା ବିଷୟରେ ସୂଚନା ଦେଇଥିଲେ।କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ।
ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା। ସେପଟେ ସିବିଆଇ ଜରିଆରେ ଏସଆଇଟିର ଅନୁରୋଧ ପରେ ଇଣ୍ଟରପୋଲ ପ୍ରଜ୍ଜ୍ୱଳ କେଉଁଠାରେ ଅଛନ୍ତି ବୋଲି ସେ ସମ୍ପର୍କରେ ସୂଚନା ମାଗି ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା।












Click it and Unblock the Notifications