ଜଗନ୍ନାଥଙ୍କ ସପକ୍ଷରେ ବାହାରିଲେ ସମ୍ବଲପୁର ବିଧାୟକ ଜୟନାରାୟଣ, କହିଲେ ଜଗନ୍ନାଥ କଣ.....

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନ କଣ କରିଥିଲେ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ଷଡଯନ୍ତ୍ର କରିନାହାନ୍ତି | "ଗୋଟିଏ ପଟେ ବନ୍ୟା ସ୍ଥିତି, ଅନ୍ୟପଟେ ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ । କୋର୍ଟ ଗାଇଡଲାଇନ ନ ମାନି ଯେଉଁ ନାଟକ କଲେ, ଜଣାପଡ଼ୁଛି ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, "ଜଗନ୍ନାଥ ପ୍ରଧାନ କଣ କରିଥିଲେ ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ବି ଷଡଯନ୍ତ୍ର କରିନାହାନ୍ତି । ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି । ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ । ଆଉ ମାଡ଼ ତତ୍ୱ ବିଜୁ ପଟନାୟକ କହିଥିଲେ । ଆମେ କଲୁ ସେଇଠୁ କଣ ହେଲା ? ବିଜୁ ପଟନାୟକ କହିଥିଲେ ଯେଉଁ ଅଫିସର ଶୁଣୁନି କିମ୍ବା କାମ କରୁନି ତାକୁ ମାଡ଼ ଦିଅ । ସେ ତାଙ୍କର ଗୁରୁ, ଆମେ ତାଙ୍କ ଗୁରୁଙ୍କୁ ଅନୁକରଣ କଲୁ । ଜଗନ୍ନାଥଙ୍କ ଗିରଫଦାରିକୁ ମୁଁ ପସନ୍ଦ କରୁନି । କାରଣ ଜଗନ୍ନାଥ ସେ ଜାଗାରେ ହିଁ ନଥିଲେ । ଏବଂ ତାଙ୍କ ନାଁରେ କୋଣସି FIR ନାହିଁ" ।

jayanarayan mishra

ବିଜେଡ଼ିର ଦିବ୍ୟଶଙ୍କର, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ? ଯେଉଁ ଅଫିସର ଲୋକଙ୍କ ସହ ନ ରହିବେ, ଲୋକେ ରାଗିବା ସ୍ବାଭାବିକ ବୋଲ ପ୍ରଶ୍ନ କହିଛନ୍ତି ଜୟନାରାୟଣ ମିଶ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+