ବିଜେଡି କଳିରେ ଜୟନାରାୟଣ ; କହିଲେ ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି, ସମସ୍ତେ ତାଙ୍କ ନାଁରେ କହୁଛନ୍ତି

ବିଜେଡି କଳିରେ ଏଣ୍ଟ୍ରି ମାରିଲେ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର । ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି ବର୍ଷିଲେ ବିଜେପି ବିଧାୟକ। 'ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି, ସମସ୍ତେ ତାଙ୍କ ନାଁରେ କହୁଛନ୍ତି' । 'ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ ହେବ' । ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ' ।

Jayanarayan

ତାଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି, ତଥାପି ବୁଦ୍ଧି ଉଦୟ ହେଉନି' । ବହୁତ ଦିନର ସଂଚିତ କ୍ରୋଧ ବିଦ୍ରୋହର ରୂପ ଧାରଣ କରିବ' । ରାଜ୍ୟସଭାରେ ଦେଖିଲେ, ବିଧାନସଭାରେ ବି କ'ଣ କରୁଛନ୍ତି' । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ' । ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି, ଆଗକୁ ଅନେକ କିଛି ଘଟିବ' ।

ଆହୁରି ମଧ୍ୟ କହିଛନ୍ତି, ବିଜେଡିରେ ଏତେ ନେତା ଅସନ୍ତୁଷ୍ଟ ଅଛନ୍ତି ତାହା କହିହେଉନି । ବିଜେପି ଖାଲି ଯାହା ବିଜେଡିକୁ ପାଣି ପବନ ଦେଇ ବଞ୍ଚାଇ ରଖିଛି । ଯେଉଁଦିନ ବିଜେପି ହ୍ବିସିଲ୍‌ ଫୁଙ୍କିବ ସେଦିନ ବିଜେଡି ଗୋଲ୍ ହୋଇଯିବ । ବିଜେଡିର ସ୍ଥିତି ଏବେ ତାସ୍ ପତ୍ତା ଭଳି । ବିଜେଡି ଲୋପ ପାଇବାକୁ ବେଶି ଦିନ ଲାଗିବନି । ବିଜେଡିର ସ୍ଥିତି ବିଜେପିର ଇଚ୍ଛାଧୀନ ବ୍ୟାପାର । ବିଜେଡି କେତେଦିନ ବଞ୍ଚି ରହିବ ତାହା ବିଜେପି ଉପରେ ନିର୍ଭର କରୁଛି । ଯେଉଁ ଦିନ ବିଜେପିର ନେତୃତ୍ବ ଚାହିଁବେ , ହ୍ବିସିଲ୍ ଫୁଙ୍କିବେ ଆଉ ସେ ଦିନ ହିଁଽ ବିଜେଡି ଭାଙ୍ଗିଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+