ଜୟନାରାୟଣ ବିସ୍ଫୋରକ ବୟାନ ; ଶାହାଙ୍କ ଗୋଟିଏ ହ୍ବିସଲରେ ଭାଙ୍ଗିବ ବିଜେଡି

ଆଜି ନିର୍ବାଚନ ହେଲେ ବାଜି ମାରିବ ବିଜେଡି । ଏଭଳି ଦମ୍ଭୋକ୍ତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ତା ସହ ପ୍ରମିଳା କହିଛନ୍ତି ତାଙ୍କ ଦଳର କେହି ନେତା ବିଷୋଦଗାର କରୁନାହାଁନ୍ତି । ପ୍ରସନ୍ନ ପାଟ୍ଟଶାଣୀ କେବେଠୁ ବିଜେପି ପଳାଇଲେଣି । ବିଜେପି ଆଗେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ । ସେ ଆମ କଥା କ'ଣ କହୁଛନ୍ତି । ସେ ଆଗ ନିଜ ଘର ସମ୍ଭାଳିକି ରଖନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

Jayanarai Mishra

ସେପଟେ ପ୍ରମିଳାଙ୍କୁ କଡ଼ା ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି-ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ । ୧୪୦ କ'ଣ ଆଗ ୪୦ ଆସନ ଜିତି ବିଜେଡି ଦେଖାଉ । ଆମ ଦଳ ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି । ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେକଥା ଚିନ୍ତା କରନ୍ତୁ । ତାଙ୍କର ୨ ସାଂସଦ ଆସିଲେଣି, ଜିଲ୍ଲାସ୍ତରରେ ଗଣ୍ଡଗୋଳ ଚାଲିଛି । ବିଜେଡିକୁ କିଭଳି ସମ୍ଭାଳି କରି ରଖିବେ ସେକଥା ଚିନ୍ତା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+