ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ ଜୟ ଢୋଲକିଆ

ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ଗତ ୧୧ ତାରିଖରେ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ ।

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି ନାମାଙ୍କନ ଭରିବେ । ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ।
ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ।

Jay Dholakia to file nomination papers from Nuapada today

ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ । ଜୟ ଢେଲକିଆଙ୍କ ସହ କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ । ଜୟ ଢୋଲକିଆ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା । କିନ୍ତୁ ଶୁଭ ମୁହୂର୍ତ୍ତ ନଥିବାରୁ ସେ ଆଜିକୁ ଘୁଞ୍ଚାଇଥିଲେ ।

ସେହିପରି ଘାସିରାମ ମାଝୀ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ । ତାଙ୍କ ସହ ଉପସ୍ଥିତ ରହିବେ ପିସିସି ସଭାପତି ଭକ୍ତ ଚରଣ ଦାସ । ଆଜି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରୁଥିବାରୁ ନୂଆପଡ଼ା କମ୍ପିବ ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଏହାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଯାଇଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସ ଟିକେଟ୍‌ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ।

‌ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। ଘାସିରାମ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ। ଘାସିରାମ ଏବେ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ରହିଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସ ନୂଆପଡ଼ା ଉପନିର୍ବାଚନ ପାଇଁ ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ସଙ୍କେତ ଦେଇଥିଲେ ।

ବିଜେପି ୪୦ଜଣିଆ ନେତାଙ୍କ ତାଲିକା ଘୋଷଣା କରିଥିବା ବେଳେ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ସୂଚୀ ଜାରି କରିଛି । ବିଜେପି ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଅନ୍ୟପଟେ ବିଜେଡି ଜାରି କରିଥିବା ତାଲିକାରେ ବବି ଦାସ ପ୍ରଥମ ଥର ପାଇଁ ୮ନମ୍ବର ସ୍ଥାନକୁ ଖସିଛନ୍ତି । ଦେବାଶିଷ ସାମନ୍ତରାୟଙ୍କୁ ତାଲିକାରେ ସ୍ଥାନ ମିଳିନାହିଁ । ତେବେ, ୧୬ଜଣ ବିଧାୟକଙ୍କ ସମେତ ବହୁ ଯୁବ ନେତାଙ୍କୁ ଭରସା କରିଛନ୍ତି ନବୀନ । ପିସିସି ସଭାପତି ଭକ୍ତ ଦାସ ନିଜେ ପ୍ରଚାରର ମଂଗ ଧରିଛନ୍ତି । ନାମାଙ୍କନ ସରିବା ପରେ ପ୍ରଚାର ମଇଦାନରେ ଆହୁରି ଜୋରଦାର ହେବ ଲଢ଼େଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+