ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା: ୮୨ ହଜାର ୯୧୧ ଭୋଟ ବ୍ୟବଧାନରେ ଆଗୁଆ ରହି ବିଜୟୀ
ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଘାସିରାମ ମାଝୀଙ୍କଠାରୁ ୮୨ ହଜାର ୯୧୧ ଭୋଟ ବ୍ୟବଧାନରେ ଆଗୁଆ ରହି ବିଜୟୀ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଜୟଙ୍କୁ ୧ ଲକ୍ଷ ୨୨ ହଜାର ୮୯୮ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୩୯ ହଜାର ୯୮୭ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୧୧ ଖଣ୍ଡ ଭୋଟ ମିଳିଛି।
-ନୂଆପଡ଼ା ରେକର୍ଡ଼ ବିଜୟ ରାଜ୍ୟରେ ଦେଢ଼ ବର୍ଷର ବିଜେପି ସରକାରର ସ୍ଥିତିକୁ ବେଶ ମଜଭୁତ କରିବ। ଏହା ସହ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ତୃଣମୂଳ ସ୍ତରରେ ସଫଳତା ପହଁଚିବାର ବାର୍ତ୍ତା ସାରା ରାଜ୍ୟକୁ ଯିବ।-ଏହି ନିର୍ବାଚନରେ ସବୁଠାରୁ ବଡ଼ ସମ୍ମାନ ଓ ସ୍ୱୀକୃତି ମୋହନ ମାଝୀଙ୍କ ପାଖକୁ ଯିବ।

- ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉପନିର୍ବାଚନରେ ମୁଁହାମୁଁହି ଲଢେଇରେ ବାହାରିଥିଲେ। ତାଙ୍କ ଜନସଭା ଓ ରୋଡ୍ ଶୋ'ରେ ଅଦ୍ଭୂତପୂର୍ବ ଜନ ସମାଗମ ଦେଖିବାକୁ ମିଳିଥିଲା।
- ମୋହନ ସିଧାସିଧା ବିଜେଡ଼ି ଓ କଂଗ୍ରେସକୁ ରାଜନୈତିକ ଟାର୍ଗେଟ କରି ନିଜେ ନିଜ ଉପରେ ରିସ୍କ ନେବା ଭଳି ପରିସ୍ଥିତିକୁ ଆସିଥିଲେ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋହନଙ୍କ ପ୍ରତି ଥିବା ସମର୍ଥନ ଓ ତାଙ୍କୁ ହାତରେ ବାଛି ମୁଖ୍ୟମନ୍ତ୍ରୀ କରିବା କେତେ ଠିକ ଭୁଲର ପ୍ରଶ୍ନ ଉଠାଇଥିବା ନେତୃତ୍ୱ ଓ ବିଶେଷଜ୍ଞଙ୍କୁ ନୂଆପଡ଼ା ନିର୍ବାଚନ ଫଳାଫଳ ଚୁପ କରିବା ପାଇଁ ଯଥେଷ୍ଟ।
-ଗତ ଦେଢ଼ ବର୍ଷର ମୋହନଙ୍କ ସରକାରର ସମାଲୋଚକଙ୍କୁ ସିଧା ସିଧା ପ୍ରତ୍ୟୁତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭରୁ ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି।












Click it and Unblock the Notifications