ଭୁବନେଶ୍ବର ବିଜେପି ପାର୍ଟି ଅଫିସ୍ରେ ଜୟ ଢୋଲକିଆ
ଭୁବନେଶ୍ବର ବିଜେପି ପାର୍ଟି ଅଫିସ୍ରେ ଜୟ ଢୋଲକିଆ । ରାଜ୍ୟ ବିଜେପି ପାର୍ଟି ଅଫିସ୍ରେ ଭବ୍ୟ ସ୍ବାଗତ। କିଛି ସମୟ ଭିତରେ ବିଧିବଦ୍ଧ ଭାବେ ପଦ୍ମ ଧରିବେ । ପାର୍ଟି ଅଫିସ୍ରେ ତମାମ ବରିଷ୍ଠ ନେତାଙ୍କ ଭିଡ଼ ।

ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲାଣି। ବର୍ତ୍ତମାନ ଜୟଙ୍କ ଭାଜପା ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ରାଜ୍ୟ ଭାଜପା ମୁଖ୍ୟାଳୟରେ ଶୀଘ୍ର ଆନୁଷ୍ଠାନିକ ଯୋଗଦାନ ହୋଇପାରେ ବୋଲି କୁହାଯାଉଛି। ଯାହା ବିଜେଡିକୁ ଏକ ଶକ୍ତ ଝଟ୍କା ବୋଲି କୁହାଯାଉଛି। କୁହାଯାଉଛି ଯେ ଜୟ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି । କାରଣ ଢୋଲକିଆଙ୍କ ପରେ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ବିଜେଡି ନେତା ଦେବୀ ମିଶ୍ର କିଛିଦିନ ପୂର୍ବରୁ ସଙ୍କେତ ଦେଇଥିଲେ।
ବର୍ତ୍ତମାନ ଜୟ ଢୋଲକିଆଙ୍କୁ ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, କାଲି ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ ଜୟ । ସକାଳୁ ସେ ଫେରିବା କଥା, କିନ୍ତୁ ଆସିନାହାନ୍ତି। ତେବେ ଜୟ ଦଳ ଛାଡିଲେ ବିଜେଡିକୁ ଏହା ଶକ୍ତ ଝଟ୍କା ଦେଇପାରେ।












Click it and Unblock the Notifications