ଟଳିଲା ବଡ ଅଘଟଣ, ୫ କେଜି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍ଏଫ୍’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍ମାଇନ୍ ଉଦ୍ଧାର କରିଛନ୍ତି।
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ବିଏସ୍ଏଫ୍ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍ମାଇନ୍ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି।

ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପଣସପୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ ବିଏସ୍ଏଫ୍ ଯବାନ । ଏହି ସମୟରେ ଏକ ଡ୍ରମ୍ରେ ପୋତା ହୋଇ ରଖାଯାଇଥିବା ୫ କେଜି ଓଜନର ଲ୍ୟାଣ୍ଡ ମାଇନର ସନ୍ଧାନ ମିଳିଥିଲା । ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀ ଲ୍ୟାଣ୍ଡ ମାଇନ୍ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରାଯାଇଛି ।












Click it and Unblock the Notifications