For Quick Alerts
Turn On Notification  
For Daily Alerts
Oneindia App Download

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ , ଜଣେ ମୃତ

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ କାର୍ ଦୁର୍ଘଟଣା, ଜଣେ ମୃତ

|

ଆଠଗଡ଼: ଗତକାଲି ରାତିରେ କଟକ ଆଠଗଡ଼ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣି ପଣ୍ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ବାଇକ୍ -କାର ମୁହାମୁହିଁ ଧକ୍କା । ବାଇକ୍ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ରାଜନଗର ଗାଁର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା ।

rani panda
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ ଟା ବେଳେ ରାଣୀ ପଣ୍ତା ଅନୁଗୁଳରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା । ଡାଳଖାଇ ଛକ ନିକଟରେ ତାଙ୍କ କାର୍ ଏବଂ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ବାଇକ୍ -କାର୍ ଭାଙ୍ଗି ଚୁରମାର ହୋଇଯାଇଥିଲା । ଏଥିରେ ବାଇକ୍ ଚାଳକ ସୁକାନ୍ତ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାଣୀ ପଣ୍ତାଙ୍କୁ ଘେରାଉ କରି ରଖାଯାଇଥିଲା ।
rani panda 2
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Jatra actress Rani Panda's car accident, one dead
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X