ଜଟଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅମାପ ସମ୍ପତ୍ତି, ଅଧିକାରୀ ତାଜୁବ୍
ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କୋଠା ଓ ଜମି ସଉକ । ଭିଜିଲାନ୍ସ ଚଢାଉ ବେଳେ ୧୧ଟି ପ୍ଲଟ ଓ ବଡ଼ ବଡ଼ କୋଠା ଠାବ କରିଛି ଭିଜିଲାନ୍ସ । ଏହା ସହ ନଗଦ ୧୭ ଲକ୍ଷ ଟଙ୍କା ଜବତ କରାଯାଇଛି । ବାବୁଙ୍କର ଭୁବନେଶ୍ବର ଜାଗମରାରେ କୋଠା, ଖାରବେଳନଗରରେ କୋଠା, ଡେଲଟା ଛକରେ ସ୍ତ୍ରୀ ନାଁରେ ଫ୍ଲାଟ କିଣିଛନ୍ତି ବାବୁ ।

ଏଥିପାଇଁ ୫୬ ଲକ୍ଷରୁ ଅଧିକ ଟଙ୍କା ଆଡ୍ଭାନ୍ସ ଦେଇଛନ୍ତି । ବ୍ରହ୍ମପୁର ଆଙ୍କୁଲିରେ ୪ ମହଲା କୋଠା, ବ୍ରହ୍ମପୁର ପନକଲାପଲ୍ଲୀରେ ଦୁଇ ମହଲା କୋଠା ରହିଛି । ସେହିପରି ବାବୁଙ୍କ ଜଟଣୀ, ଭୁବନେଶ୍ବର, ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ସ୍ଥାନରେ ୧୧ଟି ଦାମୀ ପ୍ଲଟ୍ ଥିବା ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସର ୯ଟି ଟିମ୍ । ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ନିର୍ମାଣଧୀନ କୋଠା, ଲାଞ୍ଜିପଲ୍ଲୀଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘର ସମେତ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢାଉ କରାଯାଇଛି ।












Click it and Unblock the Notifications