ଜଟଣୀ ଅନୁପ ବେହେରା ହତ୍ୟା ମାମଲା ; ୪ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ
ଏଡିଜେ କୋର୍ଟ-୨ ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜି ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି। ଏଡିଜେ କୋର୍ଟ-୨ ପକ୍ଷରୁ ପ୍ରକାଶିତ ରାୟରେ ଦୋଷୀ ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି।

ଜଟଣୀରେ ୨୦୧୭ ମାର୍ଚ୍ଚ ୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରା ମାରଣାସ୍ତ୍ର ଓ ଲୁହାରଡରେ ଅନୁପଙ୍କୁ ପିଟିପିଟି ହତ୍ୟା କରିଥିଲେ।












Click it and Unblock the Notifications