ଜାଣନ୍ତୁ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ୍ ହେଲା ଜନଶତାଦ୍ଦୀ ଏକ୍ସପ୍ରେସ୍
ଜାଣନ୍ତୁ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ୍ ହେଲା ଜନଶତାଦ୍ଦୀ ଏକ୍ସପ୍ରେସ୍ ? ସମସ୍ତ ଯାତ୍ରୀ ସୁରକ୍ଷି
ଭଦ୍ରକ: ହାଓଡାରୁ ଭୁବନେଶ୍ୱର ଆସୁଥିବା ଜନଶତାଦ୍ଦୀ ଏକ୍ସପ୍ରେସ୍ ଗତକାଲି ଭଦ୍ରକ ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ୍ ହୋଇଥିଲା । ଷ୍ଟେସନ ଠାରୁ ୨୦୦ ମିଟର ପୂର୍ବରୁ ଡଗରାସାହି ଲେବଲକ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଥିଲା । ଟ୍ରେନର ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଜନଶତାଦ୍ଦୀ ଏକ୍ସପ୍ରେସ ଭଦ୍ରକ ଷ୍ଟେସନ୍ ଭିତରକୁ ପସିବା ପୂର୍ବରୁ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଯେଉଁଥି ପାଇଁ ଟ୍ରେନର ଇଞ୍ଜିନ୍ ନିକଟରେ ଏସଏସଆର ବଗିଟି ଟ୍ରାକରୁ ଖସି ଯାଇଥିଲା । ଦୁର୍ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଟ୍ରେନ ଧକ୍କାରେ ଷଣ୍ଢର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ଟେକନିକାଲ ଟିମ୍ ପହଞ୍ଚି ଲାଇନ୍ କ୍ଲିୟର କରିବା ପରେ ସ୍ୱାଭାବିକ ହୋଇଥିଲା ଟ୍ରେନ୍ ଚଳାଚଳ ।












Click it and Unblock the Notifications