କେଉଁଦିନ ଜନ୍ମାଷ୍ଟମୀ ଛୁଟି ? ବ୍ୟାଙ୍କ ଆଜି ବନ୍ଦ ନା କାଲି ? ଓଡ଼ିଶାରେ କେବେ ବ୍ୟାଙ୍କ୍ ବନ୍ଦ ?
ଆଜି ପବିତ୍ର ଜନ୍ମାଷ୍ଟମୀ । ସବୁଠି ଉତ୍ସବ ମୁଖର । ତେବେ ଜନ୍ମାଷ୍ଟମୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ୍ ଆଜି ବନ୍ଦ ଥିବା ବେଳେ କେତୋଟି ରାଜ୍ୟରେ ବ୍ୟାଙ୍କ୍ କଲି ବନ୍ଦ ରହିବ । ତେବେ ଏହି ମାସରେ ସମୁଦାୟ ୧୬ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।
ଏହି ସବୁ ରାଜ୍ୟର ବ୍ୟାଙ୍କଗୁଡିକ ଆଜି ବନ୍ଦ ରହିବ :-
ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଜନ୍ମାଷ୍ଟମୀ ଅବସରରେ ଦେଶର କେତେକ ରାଜ୍ୟରେ ବ୍ୟାଙ୍କଗୁଡିକ ଆଜି ବନ୍ଦ ଥିଲା ବେଳେ କଲି କେତେ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ତେବେ ଆମ ରାଜ୍ୟରେ ଆଜି ବ୍ୟାଙ୍କ୍ ବନ୍ଦ ରହିବ । ଆଜି ଅର୍ଥାତ୍ ୬ ସେପ୍ଟେମ୍ବରରେ ଏହି ସବୁ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଓଡ଼ିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ବିହାର ବ୍ୟାଙ୍କ୍ ଆଜି ବନ୍ଦ ଅଛି ।

୭ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ :-
ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, କାଲି ଏହି ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ୭ ରେ ଗୁଜୁରାଟ, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ରାଜସ୍ଥାନ, ସିକ୍କିମ, ଜାମ୍ମୁ, ବିହାର, ଛତିଶଗଡ, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ମେଘାଳୟ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
ସୂଚନଯୋଗ୍ୟ , ସେପ୍ଟେମ୍ବର ମାସରେ ବ୍ୟାଙ୍କଗୁଡିକ ବିଭିନ୍ନ ରାଜ୍ୟରେ ରବିବାର ଏବଂ ଦ୍ଵିତୀୟ ଶନିବାର ସମେତ ୧୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଯାଉଛିି । ସେପଟେ, ସେପ୍ଟେମ୍ବର ହେଉଛି ଶେଷ ମାସ ଯେଉଁମାସରେ ୨୦୦୦ ଟଙ୍କା ଜମା କିମ୍ବା ବିନିମୟ ହୋଇପାରିବ । ଏଭଳି ପରିସ୍ଥିତିରେ, ଲୋକଙ୍କ ପାଇଁ ଖୁବ୍ କମ୍ ସମୟ ବାକି ରହିଛି, ଯେଉଁମାନେ ସେମାନଙ୍କର ୨୦୦୦ ଟଙ୍କା ନୋଟ୍ ଜମା କିମ୍ବା ବିନିମୟ କରିପାରି ନାହାନ୍ତି ।
ତେବେ ଚଳିତ ସେପ୍ଟେମ୍ୱରରେ ଅଧିକ ଛୁଟି ଥିବାରୁ ବ୍ୟାଙ୍କ୍ ଖୋଲାଥିବା ଦିନଗୁଡ଼ିକରେ ଅଧିକ ଗହଳି ହୋଇପାରେ । ତା ସହ ଲୋକମାନେ ନିଜ କାମ ଆଗୁଆ କରିଦେବା ବି ଭଲ ।












Click it and Unblock the Notifications