Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ପବିତ୍ର ଜନ୍ମାଷ୍ଟମୀ; ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ

ରାତି ପାହିଲେ ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏନେଇ ଚଳ ଚଞ୍ଚଳ କୃଷ୍ଣ ମନ୍ଦିର । ବୁଧବାର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ସବୁଠି ପାଳନ ହେବ କୃଷ୍ଣ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ।

ଦେବକୀ ଓ ବାସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ କାହ୍ନା । ପରବର୍ତ୍ତୀ ସମୟରେ କଂସ ଭୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେହି ଦିନ ଠାରୁ ନନ୍ଦଲାଲ ଭାବେ ପାଳିତ ହୋଇଥିଲେ ଭଗବାନ କୃଷ୍ଣ ।

ପରମ୍ପରା ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ସବୁଆଡେ ପାଳନ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ। ଦେଶରେ ବିଭିନ୍ନ ଧର୍ମପୀଠରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ ।

JANMASHTAMI

ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେବ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ ।

ସନ୍ଧ୍ୟାଧୂପ ପରେ ଆଜି ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଜେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ । ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ । ପୂଜାପଣ୍ଡା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ।
ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ।

ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ । ଏହି ନୀତିକାନ୍ତିରେ ସେବାୟତମାନଙ୍କ ଅନେକ
ଭୂମିକା ରହିଥାଏ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+