ଆଜିଠୁ ପୁଣି କମ୍ପିବ ଜନତା ମଇଦାନ, ଆରମ୍ଭ ହେବ ତୋଷାଳି ମେଳା; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆଜି ଜନତା ମୈଦାନରେ ଜମିବ ତୋଷାଳି ମେଳା। ଓଡିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ୧୯ତମ ତୋଷାଳି ହସ୍ତଶିଳ୍ପ ମେଳା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଳା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦଘାଟନ କରିବେ। ଚଳିତ ବର୍ଷ ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି। ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିବ। ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ୍ ପାଭିଲିଅନ୍ ଶିଳ୍ପ ସୃଜନୀ ।

ଯାହା ମେଳାର ମୁଖ୍ୟ ଆକର୍ଷଣ ସାଜିବ। ଚଳିତବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ହେବାର ଆଶା କରାଯାଉଛି। ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମେଳା ପରିସରରେ ସମସ୍ତ ବ୍ୟବସ୍ଥା ଯେପରିକି ନିରାପତ୍ତା ସହାୟତା, ଦମକଳବାହିନୀ, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ , ଏଟିଏମ୍ ଆଦିର ବ୍ୟବସ୍ଥା କରାଯାଇଛି। ଏପରିକି ବୟସ୍କ ତଥା ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଛି। ମା ଏବଂ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଛି। ଏଥର ମେଳାରେ ୨୮ କୋଟି ଟଙ୍କା ବାଣିଜ୍ୟ ହେବାର ଲକ୍ଷ୍ୟ ରଖାଯାଇଛି।
ଦିବ୍ୟ।ଙ୍ଗ ଓ ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ହେଲ୍ପ ଡେସ୍କ, ହ୍ଵିଲ ଚେୟାର ଏବଂ ଦିବ୍ୟାଙ୍ଗ ଓ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆୟୋଜିତ ହେବ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ "ଫ୍ୟାସନ ସୋ"। ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି, ତୋଷାଳି ମେଳା ହେବ ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ । ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବେ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇଦେବ ।












Click it and Unblock the Notifications