Sulata Deo: ବୟାନ ଦେଇ ପୁଣି କ୍ଷମା ମାଗିଲି ସୁଲତା ଦେଓ
ବୟାନ ଦେଇ ପୁଣି କ୍ଷମା ମାଗିଲି ସୁଲତା ଦେଓ । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ ।
ସେ କହିଥିଲେ କି ଯେତିକି ସମୟ ଭିତରେ ଆତଙ୍କବାଦୀମାନେ ଜଣଙ୍କ ପରେ ଜଣେ ଭାରତୀୟଙ୍କୁ ହତ୍ୟା କଲେ ସେତିକି ସମୟ ଭିତରେ ସେମାନଙ୍କ ଧର୍ମ ପଚାରିବା ସମ୍ଭବ ନୁହେଁ ।
ଏହି ବୟାନକୁ ରାଜ୍ୟବାସୀ ନିନ୍ଦା କରିବା ପରେ ବିଜେଡି ସୁଲତାଙ୍କ ବୟାନରୁ ନିଜକୁ ଦୂରେଇ ନେଇଥିଲା । ଏହାପରେ ସୁଲତା ଦେଓ ତାଙ୍କର ଏଭଳି ବୟାନ ପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ମୋ ବୟାନ ଦେଶବାସୀଙ୍କୁ ଉପହାସିତ କରିଛି ତେବେ ମୁଁ ସେମାନଙ୍କ ଠାରୁ କ୍ଷମା ଚାହୁଁଛି ।

ପହଲଗାମ୍ରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ବିଜେଡି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଝଡ ସୃଷ୍ଟି ହୋଇଛି। ସୁଲତାଙ୍କ ଏଭଳି ଶାଳିନତା ହୀନ ବୟାନକୁ ନେଇ ବିଷୋଦଗାର କରିଛନ୍ତି ଅନ୍ୟଦଳର ନେତା । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କର ଏହି ବିବାଦୀୟ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଗୋଟିଏ ପଟେ ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଛନ୍ତି। ଅନ୍ୟପଟେ ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ସାଂସଦଙ୍କ ସମ୍ବେଦନହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ଖୋଦ୍ ତାଙ୍କ ଦଳୀୟ ନେତା ମଧ୍ୟ ଏହାକୁ ନେଇ ସୁଲତା ଦେଓଙ୍କୁ ଘେରିଛନ୍ତି। ସାଂସଦ ସୁଲତା ଦେଓଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସୁଲତାଙ୍କ ଉପରେ ଲୋକେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ତେବେ ଏଠି ପ୍ରଶ୍ନ ଉଠୁଛି, ଶାଳୀନତା ଭୁଲିଗଲେ କି ସୁଲତା ? ଇଏ ଅଜ୍ଞତା ନା ବାକ୍ ଚାତୁରୀ ? ପୂରା ଦେଶ ପ୍ରତିକ୍ରିୟାଶୀଳ ଥିବାବେଳେ ସାଂସଦ ସୁଲତାଙ୍କ ଏମିତି ହାଲ୍କା ମନ୍ତବ୍ୟ କାହିଁକି ? ବୋଲି ପ୍ରଶ୍ନ ଉଠିଛି ।












Click it and Unblock the Notifications